ରାଜଧାନୀରେ ବୀଭତ୍ସ ହତ୍ୟା, ଜାଗାବାଡ଼ି ବିବାଦକୁ ନେଇ ବିଲଡରଙ୍କୁ ହାଣିଦେଲେ

ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟା । ବିଲଡରକୁ ହତ୍ୟା କଲେ ଦୁର୍ବୃତ୍ତ । ଜାଗାବାଡ଼ି ବିବାଦକୁ ନେଇ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ସସ୍ମିତ ବିଶ୍ବାଳ। ସୂଚନା ଅନୁଯାୟୀ, ଜାଗାବାଡ଼ି ପଜେସନକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ସସ୍ମିତ ପଜେସନ ପାଇଁ ସାଇଟକୁ ଯାଇଥିବାବେଳେ ସେଠାରେହିଁ ତାଙ୍କ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ହସ୍ପିଟାଲ ବାହାରେ ବିଲଡରଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।ବର୍ତ୍ତମାନ ଜିଲ୍ଲାପାଳଙ୍କ ଠାରୁ ସ୍ଵତନ୍ତ୍ର ଅନୁମତି ମିଳିବା ପରେ ମୃତ ସସ୍ମିତ ବିଶ୍ଵାଳଙ୍କ କ୍ୟାପିଟାଲ   ହସ୍ପିଟାଲରେ ଚାଲିଛି ଶବବ୍ୟବଛେଦ। ସେପଟେ ଏୟାରଫିଲ୍ଡ୍‌ ଥାନାରେ ମୃତକ ସସ୍ମିତ୍ ବିଶ୍ଵାଳ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ ଘଟଣାରେ ୭  ଜଣ ଅଭିଯୁକ୍ତ ରହିଥିବା ଜଣାପଡ଼ିଛି।  

ରାଜଧାନୀରେ ବୀଭତ୍ସ ହତ୍ୟା, ଜାଗାବାଡ଼ି ବିବାଦକୁ ନେଇ ବିଲଡରଙ୍କୁ ହାଣିଦେଲେ

ଭୁବନେଶ୍ବର: ରାଜଧାନୀରେ ବୀଭତ୍ସ ହତ୍ୟା । ବିଲଡରକୁ ହତ୍ୟା କଲେ ଦୁର୍ବୃତ୍ତ । ଜାଗାବାଡ଼ି ବିବାଦକୁ ନେଇ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ସସ୍ମିତ ବିଶ୍ବାଳ। 

ସୂଚନା ଅନୁଯାୟୀ, ଜାଗାବାଡ଼ି ପଜେସନକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ସସ୍ମିତ ପଜେସନ ପାଇଁ ସାଇଟକୁ ଯାଇଥିବାବେଳେ ସେଠାରେହିଁ ତାଙ୍କ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ହସ୍ପିଟାଲ ବାହାରେ ବିଲଡରଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଜିଲ୍ଲାପାଳଙ୍କ ଠାରୁ ସ୍ଵତନ୍ତ୍ର ଅନୁମତି ମିଳିବା ପରେ ମୃତ ସସ୍ମିତ ବିଶ୍ଵାଳଙ୍କ କ୍ୟାପିଟାଲ   ହସ୍ପିଟାଲରେ ଚାଲିଛି ଶବବ୍ୟବଛେଦ। ସେପଟେ ଏୟାରଫିଲ୍ଡ୍‌ ଥାନାରେ ମୃତକ ସସ୍ମିତ୍ ବିଶ୍ଵାଳ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ ଘଟଣାରେ ୭  ଜଣ ଅଭିଯୁକ୍ତ ରହିଥିବା ଜଣାପଡ଼ିଛି।