ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ, ଜାଗମରା ନୂଆ ରୋଡ୍ରେ ବୁଲିଲା ଖଣ୍ଡା ଓ ଭୁଜାଲି
ଭୁବନେଶ୍ଵର: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ। ଭୁବନେଶ୍ଵର ଜାଗମରା ନୂଆ ରୋଡ୍ରେ ବୁଲିଲା ଖଣ୍ଡା ଓ ଭୁଜାଲି। ବାଉଁଶ ଓ ବୋତଲରେ ଗୋଡାଇ ଗୋଡାଇ କଲେ ଆକ୍ରମଣ। ଭାଇଗିରିକୁ କେନ୍ଦ୍ର କରି ୨ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୨ଟି ବାଇକ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଛାନଭିନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପ୍ରକାଶ। The post ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ, ଜାଗମରା ନୂଆ ରୋଡ୍ରେ ବୁଲିଲା ଖଣ୍ଡା ଓ ଭୁଜାଲି appeared first on Prameya News7.
ଭୁବନେଶ୍ଵର: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ। ଭୁବନେଶ୍ଵର ଜାଗମରା ନୂଆ ରୋଡ୍ରେ ବୁଲିଲା ଖଣ୍ଡା ଓ ଭୁଜାଲି। ବାଉଁଶ ଓ ବୋତଲରେ ଗୋଡାଇ ଗୋଡାଇ କଲେ ଆକ୍ରମଣ। ଭାଇଗିରିକୁ କେନ୍ଦ୍ର କରି ୨ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୨ଟି ବାଇକ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଛାନଭିନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପ୍ରକାଶ।
The post ରାଜଧାନୀରେ ୨ ଗୋଷ୍ଠୀ ମୁହାଁମୁହିଁ, ଜାଗମରା ନୂଆ ରୋଡ୍ରେ ବୁଲିଲା ଖଣ୍ଡା ଓ ଭୁଜାଲି appeared first on Prameya News7.