ରାଜନୀତିରେ ଏଣ୍ଟ୍ରି କଲେ ରୂପାଲି ଗାଙ୍ଗୁଲି, ଶେଷ ହୋଇଯିବ କି ଅଭିନୟ କ୍ୟାରିୟର୍‌ !

ନୂଆଦିଲ୍ଲୀ ୦୩।୦୫: ରୁପାଲି ଗାଙ୍ଗୁଲି । ଟିଭି ଜଗତର ଅନୁପମା । ଘରେ ଘରେ ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍‌ । ଲୋକପ୍ରିୟ ଅଭିନେତ୍ରୀ ରାଜନୀତିରେ ମାରିଛନ୍ତି ଏଣ୍ଟ୍ରି । ସେ ଭାରତୀୟ ଜନତାପାର୍ଟି ତଥା ବିଜେପିରେ ହୋଇଛନ୍ତି ସାମିଲ । ରୂପାଲି ଗାଙ୍ଗୁଲି ଦିଲ୍ଲୀ ହେଡକ୍ବାଟରରେ ବିଜେପିର ହାତ ଧରିଛନ୍ତି ।ରାଜନୀତିରେ ଏଣ୍ଟ୍ରି ମାରିବା ପରେ ଏବେ ଖୁବ୍‌ ଚର୍ଚ୍ଚାରେ ଷ୍ଟାରପ୍ଲସ୍‌ର ଅନୁପମା । ସେ ବର୍ତ୍ତମାନ ପ୍ରଶ୍ନବାଣରେ ଛନ୍ଦି ହୋଇଯାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଅଭିନୟ ଛାଡିଦେବେ  ଅନୁପମା ? ଅନୁପମା ଶୋ କୁ ଅଲବିଦା କରିବେ କି ?   ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଫିଲ୍ମବିଟ୍‌ର ରିପୋର୍ଟ । ସୂତ୍ରରୁ ଜଣାଯାଇଛି କି ବିଜେପି ହାତ ଧରିବା ପରେ ରୂପାଲି ଅନୁପମା ଶୋର ଅଂଶ ରହିବେ । ସେ ଫେମସ୍‌ ଶୋକୁ ଛାଡିବେନି । ଅନୁପମା ଶୋ ତାଙ୍କ ପିଲାଙ୍କ ପରି । ସେ କେବେବି ଏହି ଶୋକୁ ଛାଡିବା ବିଷୟରେ ଚିନ୍ତା ବି କରିପାରିବେନି ।ଖବର ଅନୁଯାୟୀ ରୂପାଲି ସବୁବେଳେ ନିଜ ପର୍ସନାଲ୍‌ ଏବଂ ପ୍ରଫେସନାଲ୍‌ ଲାଇଫ୍‌କୁ ମ୍ୟାନେଜ୍‌ କରି ଆସୁଛନ୍ତି । ରାଜନୀତିକୁ ଆସିବା ପରେ ମଧ୍ୟ ସେ କ୍ୟାରିୟର୍‌ ଏବଂ ଘରକୁ ବହୁତ ଭଲ ଭାବେ ମ୍ୟାନେଜ୍‌ କରିପାରିବେ ।ରାଜନୀତିରେ ଆସିବା ପରେ ବି ସେ ସେହିପରି ଆକ୍ଟିଙ୍ଗ୍ କ୍ୟାରିୟର୍‌କୁ ଫୋକସ୍‌ କରିବେ । ଯେପରି ବର୍ତ୍ତମାନ କରି ଆସୁଛନ୍ତି । ବିଜେପିରେ ଯୋଗଦେବା ପରେ ରୁପାଲି ଗାଙ୍ଗ

ରାଜନୀତିରେ ଏଣ୍ଟ୍ରି କଲେ ରୂପାଲି ଗାଙ୍ଗୁଲି, ଶେଷ ହୋଇଯିବ କି ଅଭିନୟ କ୍ୟାରିୟର୍‌ !

ନୂଆଦିଲ୍ଲୀ ୦୩।୦୫: ରୁପାଲି ଗାଙ୍ଗୁଲି । ଟିଭି ଜଗତର ଅନୁପମା । ଘରେ ଘରେ ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍‌ । ଲୋକପ୍ରିୟ ଅଭିନେତ୍ରୀ ରାଜନୀତିରେ ମାରିଛନ୍ତି ଏଣ୍ଟ୍ରି । ସେ ଭାରତୀୟ ଜନତାପାର୍ଟି ତଥା ବିଜେପିରେ ହୋଇଛନ୍ତି ସାମିଲ । ରୂପାଲି ଗାଙ୍ଗୁଲି ଦିଲ୍ଲୀ ହେଡକ୍ବାଟରରେ ବିଜେପିର ହାତ ଧରିଛନ୍ତି ।

ରାଜନୀତିରେ ଏଣ୍ଟ୍ରି ମାରିବା ପରେ ଏବେ ଖୁବ୍‌ ଚର୍ଚ୍ଚାରେ ଷ୍ଟାରପ୍ଲସ୍‌ର ଅନୁପମା । ସେ ବର୍ତ୍ତମାନ ପ୍ରଶ୍ନବାଣରେ ଛନ୍ଦି ହୋଇଯାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଅଭିନୟ ଛାଡିଦେବେ  ଅନୁପମା ? ଅନୁପମା ଶୋ କୁ ଅଲବିଦା କରିବେ କି ?   

ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଫିଲ୍ମବିଟ୍‌ର ରିପୋର୍ଟ । ସୂତ୍ରରୁ ଜଣାଯାଇଛି କି ବିଜେପି ହାତ ଧରିବା ପରେ ରୂପାଲି ଅନୁପମା ଶୋର ଅଂଶ ରହିବେ । ସେ ଫେମସ୍‌ ଶୋକୁ ଛାଡିବେନି । ଅନୁପମା ଶୋ ତାଙ୍କ ପିଲାଙ୍କ ପରି । ସେ କେବେବି ଏହି ଶୋକୁ ଛାଡିବା ବିଷୟରେ ଚିନ୍ତା ବି କରିପାରିବେନି ।

ଖବର ଅନୁଯାୟୀ ରୂପାଲି ସବୁବେଳେ ନିଜ ପର୍ସନାଲ୍‌ ଏବଂ ପ୍ରଫେସନାଲ୍‌ ଲାଇଫ୍‌କୁ ମ୍ୟାନେଜ୍‌ କରି ଆସୁଛନ୍ତି । ରାଜନୀତିକୁ ଆସିବା ପରେ ମଧ୍ୟ ସେ କ୍ୟାରିୟର୍‌ ଏବଂ ଘରକୁ ବହୁତ ଭଲ ଭାବେ ମ୍ୟାନେଜ୍‌ କରିପାରିବେ ।

ରାଜନୀତିରେ ଆସିବା ପରେ ବି ସେ ସେହିପରି ଆକ୍ଟିଙ୍ଗ୍ କ୍ୟାରିୟର୍‌କୁ ଫୋକସ୍‌ କରିବେ । ଯେପରି ବର୍ତ୍ତମାନ କରି ଆସୁଛନ୍ତି । 

ବିଜେପିରେ ଯୋଗଦେବା ପରେ ରୁପାଲି ଗାଙ୍ଗୁଲି କହିଛନ୍ତି କି 'ବିଜେପିର କାର୍ଯ୍ୟକଳାପ ତାଙ୍କୁ ପ୍ରଭାବିତ କରିଛି ଏବଂ ସେ ଏହି ଦଳରେ ଯୋଗଦେବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ବହୁତ ପ୍ରଭାବିତ କରିଛନ୍ତି । ମୁଁ ପିଏମ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ବିଜେପି ବହୁତ ଭଲ କାମ କରୁଛି ଏବଂ ସେଥିପାଇଁ ମୁଁ ବିଜେପିରେ ଯୋଗଦେବାକୁ ଚାହୁଁଥିଲି । ମୁଁ ପାର୍ଟି ପାଇଁ ବହୁତ କୃତଜ୍ଞ ।

ତେବେ ରୂପାଲି ଗାଙ୍ଗୁଲି ଦଳରେ ଯୋଗଦେବା ମାତ୍ରେ ହିଁ ସୋସିଆଲ୍‌ ମିଡିଆରେ ଲୋକଙ୍କର ଅନେକ ପ୍ରତିକ୍ରିୟା ଆସୁଛି । ଜଣେ ୟୁଜର୍ସ ଲେଖିଛନ୍ତି 'ଏ ହେଉଛନ୍ତି ପରବର୍ତ୍ତୀ ସ୍ମୃତି ଇରାନୀ' । ଆଉ ଜଣେ ଲେଖିଛନ୍ତି, 'ବର୍ତ୍ତମାନ ଅନୁପମା ଏଠାରେ ବି ଡ୍ରାମା କରିବେ ! କ୍ୟାରିୟର୍‌ ଶେଷ’ । ସେହିପରି ଆଉ ଜଣେ କହିଛନ୍ତି, ' ହେମାମାଳିନୀଙ୍କ ଫ୍ୟୁଚର ରିପ୍ଲେସ୍‌ମେଣ୍ଟ' । 

ଅନେକ ୟୁଜର୍ସ ରୂପାଲିଙ୍କୁ ପ୍ରଶଂସା କରିଥିବା ବେଳେ କେହି କେହି ଅଭିନେତ୍ରୀଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଅନୁପମା ଶୋ ପୂର୍ବରୁ ରୂପାଲି ଗାଙ୍ଗୁଲି ସଂଞ୍ଜୀବନୀ, ମେଡିକଲ୍‌ ବ୍ରୁନ୍‌, ବିଗ୍‌ବସ୍‌ ସିଜିନ୍‌-୧, ପରବରିଶ ଏବଂ ସାରାଭାଇ ଭସେସ୍‌ ସାରାଭାଇ ପରି ହିଟ୍‌ ଶୋରେ ଅଭିନୟ କରିସାରିଛନ୍ତି ।