ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ ଗ୍ରାମାଞ୍ଚର ସ୍କୁଲରେ ପାଠପଢ଼ି ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ଏହି ୨ଛାତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ୨ଛାତ୍ରୀଙ୍କ ମଧ୍ୟରୁ ଟିକେଶ୍ୱରୀଙ୍କ ଏହି ସଫଳତା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା […] The post ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ appeared first on Dharitri Odia News.

ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ ଗ୍ରାମାଞ୍ଚର ସ୍କୁଲରେ ପାଠପଢ଼ି ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ଏହି ୨ଛାତ୍ରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି ୨ଛାତ୍ରୀଙ୍କ ମଧ୍ୟରୁ ଟିକେଶ୍ୱରୀଙ୍କ ଏହି ସଫଳତା ସଂଘର୍ଷପୂର୍ଣ୍ଣ। ତାଙ୍କ ବାପା ଗୋବିନ୍ଦ ଭୁଏ ଜଣେ ରାଜମିସ୍ତ୍ରୀ ହୋଇଥିବାବେଳେ ମା ସୁଜାତା ଗୃହିଣୀ। ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲରେ ପଢୁଥିବାବେଳେ ଟିକେଶ୍ୱରୀ ତାଙ୍କ ପ୍ରକଳ୍ପ ସ୍ମାର୍ଟ୍‌ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ଏବଂ ସେହି ପ୍ରକଳ୍ପ ଜିଲାସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି। ଏହି ପ୍ରକଳ୍ପ ଉପରେ ଟିକେଶ୍ୱରୀ କୁହନ୍ତି, ତାଙ୍କ ଗ୍ରାମ ବୁଣାକାର ବହୁଳ ଗାଁଟିଏ। ସେ ସପ୍ତମ ଶ୍ରେଣୀ ପଢୁଥିବାବେଳେ ଗ୍ରାମର ତାଙ୍କ ଜଣେ ସାଙ୍ଗ ଘରକୁ ବୁଲିବାକୁ ଯାଉଥିଲେ। ସାଙ୍ଗଙ୍କ ମା’ ସୂତାକାମ କରୁଥିବା ଦେଖିଥିଲେ। ତାହା କଠିନ ଥିବାବେଳେ ଦୀର୍ଘ ସମୟ ଲାଗୁଥିଲା। ଫଳରେ ସେହିକାମକୁ କିଭଳି ସରଳ ଏବଂ ସହଜରେ କରିହେବ, ସେଥିପାଇଁ ତାଙ୍କ ମନରେ ଭାବିଥିଲେ ଏବଂ ସେହିଦିନଠାରୁ ସ୍ମାର୍ଟ ଅରଟ ଯନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ ପାଇଁ ବାହାରିଥିଲେ। ସେହି ପ୍ରକଳ୍ପ ପ୍ରସ୍ତୁତିରେ ତାଙ୍କ ଗାଇଡ୍‌ ଶିକ୍ଷକ ହରି ବାରିକ ତାଙ୍କୁ ସହଯୋଗ କରିଥିବା ଟିକେଶ୍ୱରୀ କହିଛନ୍ତି। ଟିକେଶ୍ୱରୀ ବର୍ତ୍ତମାନ ଗ୍ରାମର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି। ତାଙ୍କର ଏହି ସଫଳତାରେ ମା’, ବାପା, ଶିକ୍ଷୟିତ୍ରୀ, ଶିକ୍ଷକ, ସହପାଠୀ ଏବଂ ଗ୍ରାମବାସୀ ଟିକେଶ୍ୱରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ appeared first on Dharitri Odia News.