ରାଜସ୍ଥାନ ମୁହଁରୁ ବିଜୟ ଛଡ଼ାଇ ନେଲେ ରଶିଦ-ତେଓ୍ଵତିଆ, ସଞ୍ଜୁ ସେନାର ବିଜୟ ରଥରେ ଲାଗିଲା ବ୍ରେକ
ଜୟପୁର: ରଶିଦ ଖାନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ବିଜୟ ସୂଚକ ଚୌକା ରାଜସ୍ଥାନର ବିଜୟ ଯାତ୍ରାରେ ଲଗାଇଲା ବ୍ରେକ। ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଥିବା ରୋମାଞ୍ଚକର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଗୁଜରାଟ ଘରୋଇ ରାଜସ୍ଥାନକୁ ୩ ଓ୍ଵିକେଟ୍ରେ ହରାଇଛି। କ୍ରମାଗତ ୪ ମ୍ୟାଚ୍ ଜିତିବା ପରେ ରାଜସ୍ଥାନ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପରାଜୟର ସ୍ଵାଦ ଚାଖିଛି। ରଶିଦ-ତେଓ୍ଵତିଆଙ୍କ ଧମାକାଦାର ପ୍ରଦର୍ଶନ ଆଗରେ ଫିକା ପଡିଛି ରିୟାନ ପରାଗ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ। ଆଉ ରାଜସ୍ଥାନ ମୁହଁରୁ ବିଜୟ ଛଡାଇ ନେଇଛି ଗୁଜରାଟ। ରାଜସ୍ଥାନ ଦ୍ଵାରା ଧାର୍ଯ୍ୟ ୧୯୭ ରନର ବିଜୟ ଲକ୍ଷ୍ୟକୁ ଗୁଜରାଟ ଶୁଭମନ ଗିଲଙ୍କ ୭୨ ରନ ସହ ରଶିଦ ଖାନଙ୍କ ଅବିଶ୍ଵସନୀୟ ୨୪ ରନର ମ୍ୟାଚ୍ ବିଜୟୀ ଇନିଂସ ଓ ରାହୁଲ ତେଓ୍ଵତିଆଙ୍କ ଗୁରୁତ୍ଵପୂର୍ଣ୍ଣ ୨୨ରନ ବଳରେ ଶେଷରେ ବିଜୟ ହାସଲ କରିଛି। ମ୍ୟାଚ୍ର ଅନ୍ତିମ ବଲରେ ବିଜୟ ପାଇଁ ୨ ରନ ଦରକାର ଥିବା ବେଳେ ରଶିଦ ଚୌକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରିୟାନ ପରାଗଙ୍କ ୭୬ ରନ ଓ ସଞ୍ଜୁଙ୍କ ୬୮ ରନ ବଳରେ ୩ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। ବୋଲିଂରେ ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ୪୧ ରନ ଦେଇ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ରାଜସ୍ଥାନ ପଞ୍ଚମ ମ୍ୟାଚ୍ରେ ପ୍ରଥମ ପରାଜୟ ଭୋଗିଥିଲେ ହେଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଗୁଜରାଟ ଷଷ୍
ଜୟପୁର: ରଶିଦ ଖାନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ବିଜୟ ସୂଚକ ଚୌକା ରାଜସ୍ଥାନର ବିଜୟ ଯାତ୍ରାରେ ଲଗାଇଲା ବ୍ରେକ। ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଇଥିବା ରୋମାଞ୍ଚକର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଗୁଜରାଟ ଘରୋଇ ରାଜସ୍ଥାନକୁ ୩ ଓ୍ଵିକେଟ୍ରେ ହରାଇଛି। କ୍ରମାଗତ ୪ ମ୍ୟାଚ୍ ଜିତିବା ପରେ ରାଜସ୍ଥାନ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପରାଜୟର ସ୍ଵାଦ ଚାଖିଛି। ରଶିଦ-ତେଓ୍ଵତିଆଙ୍କ ଧମାକାଦାର ପ୍ରଦର୍ଶନ ଆଗରେ ଫିକା ପଡିଛି ରିୟାନ ପରାଗ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ। ଆଉ ରାଜସ୍ଥାନ ମୁହଁରୁ ବିଜୟ ଛଡାଇ ନେଇଛି ଗୁଜରାଟ।
ରାଜସ୍ଥାନ ଦ୍ଵାରା ଧାର୍ଯ୍ୟ ୧୯୭ ରନର ବିଜୟ ଲକ୍ଷ୍ୟକୁ ଗୁଜରାଟ ଶୁଭମନ ଗିଲଙ୍କ ୭୨ ରନ ସହ ରଶିଦ ଖାନଙ୍କ ଅବିଶ୍ଵସନୀୟ ୨୪ ରନର ମ୍ୟାଚ୍ ବିଜୟୀ ଇନିଂସ ଓ ରାହୁଲ ତେଓ୍ଵତିଆଙ୍କ ଗୁରୁତ୍ଵପୂର୍ଣ୍ଣ ୨୨ରନ ବଳରେ ଶେଷରେ ବିଜୟ ହାସଲ କରିଛି। ମ୍ୟାଚ୍ର ଅନ୍ତିମ ବଲରେ ବିଜୟ ପାଇଁ ୨ ରନ ଦରକାର ଥିବା ବେଳେ ରଶିଦ ଚୌକା ମାରି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରିୟାନ ପରାଗଙ୍କ ୭୬ ରନ ଓ ସଞ୍ଜୁଙ୍କ ୬୮ ରନ ବଳରେ ୩ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। ବୋଲିଂରେ ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ୪୧ ରନ ଦେଇ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ରାଜସ୍ଥାନ ପଞ୍ଚମ ମ୍ୟାଚ୍ରେ ପ୍ରଥମ ପରାଜୟ ଭୋଗିଥିଲେ ହେଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଗୁଜରାଟ ଷଷ୍ଠ ମ୍ୟାଚ୍ରୁ ୩ୟ ବିଜୟ ସହ ଷଷ୍ଠ ସ୍ଥାନରେ ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୩୨ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଯଶସ୍ଵୀ ଜୟସ୍ଵାଲ ୨୪ ରନ କରିଥିଲେ ହେଁ ପୁଣି ଥରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜୋସ୍ ବଟଲର(୮) ପୁଣି ଥରେ ନିରାଶ କରିଛନ୍ତି। ଏହା ପରେ ଅଧିନାୟକ ସଞ୍ଜୁ ସାମସନ ଓ ଫର୍ମରେ ଥିବା ରିୟାନ ପରାଗ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ହାତ ଖୋଲା ସଟ୍ ଖେଳିଥିଲେ। ଦୁଇ ବ୍ୟାଟର ଗୁଜରାଟ ବୋଲରଙ୍କୁ ଆଉ କୌଣସି ସୁଯୋଗ ନ ଦେଇ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଉଭୟ ୩ ଓ୍ଵିକେଟ୍ ପାଇଁ ୧୩୦ ରନ ଯୋଡ଼ି ଦଳର ସ୍କୋରକୁ ୪୨ରୁ ୧୭୨ ରନରେ ପହଞ୍ଚାଇଥିଲେ। ରିୟାନ ପୁଣି ଆଉ ଏକ ଧମାକାଦାର ଇନିଂସ ଖେଳି ୪୮ ବଲ୍ରୁ ୩ ଚୌକା ଓ ୫ ଛକା ସହ ୭୬ ରନ କରି ଆଉଟ୍ ହୋଇଥିଲେ। ସଞ୍ଜୁ ସାମସନ ଅଧିନାୟକତ୍ଵ ଇନିଂସ ଖେଳି ୩୮ ବଲରୁ ୭ ଚୌକା ଓ ୨ ଛକା ସହ ୬୮ ରନରେ ଅପରାଜିତ ଥିଲେ। ହେଟମାୟର ୫ ବଲରୁ ୧୩ ରନ କରିଥିଲେ। ରାଜସ୍ଥାନ ରୟାଲ୍ସ ୩ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି।
ଗୁଜରାଟ ପକ୍ଷରୁ ରଶିଦ ଖାନଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରଶିଦ ୪ ଓଭରରେ ମାତ୍ର ୧୮ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ।