ରାଜସ୍ଥାନରୁ ରାଜ୍ୟସଭା ଯାଇପାରନ୍ତି ସୋନିଆ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି। ସୋନିଆ ଏବେ ରାଏବରେଲିରୁ ଲୋକସଭା ସାଂସଦ। ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ସୋମବାର ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସନ୍ତା ଲୋକସଭା ନିର୍ବାଚନ ଖାମମ ଆସନରୁ ଲଢ଼ିବା ଲାଗି ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ଏଥିସହିତ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂହ ବିହାରରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅନ୍ୟ […]

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି। ସୋନିଆ ଏବେ ରାଏବରେଲିରୁ ଲୋକସଭା ସାଂସଦ। ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ସୋମବାର ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସନ୍ତା ଲୋକସଭା ନିର୍ବାଚନ ଖାମମ ଆସନରୁ ଲଢ଼ିବା ଲାଗି ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ଏଥିସହିତ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂହ ବିହାରରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅନ୍ୟ ଯେଉଁ କଂଗ୍ରେସ ନେତା ରାଜ୍ୟସଭାକୁ ନିର୍ବାଚନ ହୋଇପାରନ୍ତି ସେମାନଙ୍କ ମଧ୍ୟରେ ଅଭିଷେକ ମନୁ ସିଂଘଭି ଏବଂ ଅଜୟ ମାକେନ ରହିଛନ୍ତି। ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ କଂଗ୍ରେସ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ।