ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀଙ୍କ ରାୟଗଡା ଗସ୍ତ,ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା

ରାୟଗଡା:ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ସୁରେଶ ପୁଝାରୀ ଦିନିକିଆ ରୟାଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରାୟଗଡ଼ ବିଧାୟକ ଆପାଲ ସ୍ୱାମୀ କାଡ୍ରାକା,ଵିଷମ କଟକ ବିଧାୟକ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ସ୍ୱତନ୍ତ୍ର ସଚିବ ରାଜସ୍ବ ବିଭାଗ, ବୀରେନ୍ଦ୍ର କୁମାର କରକରା, […] The post ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀଙ୍କ ରାୟଗଡା ଗସ୍ତ,ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା appeared first on Odisha.News.

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀଙ୍କ ରାୟଗଡା ଗସ୍ତ,ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା

ରାୟଗଡା:ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ସୁରେଶ ପୁଝାରୀ ଦିନିକିଆ ରୟାଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ
ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରାୟଗଡ଼ ବିଧାୟକ ଆପାଲ ସ୍ୱାମୀ କାଡ୍ରାକା,ଵିଷମ କଟକ ବିଧାୟକ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ସ୍ୱତନ୍ତ୍ର ସଚିବ ରାଜସ୍ବ ବିଭାଗ, ବୀରେନ୍ଦ୍ର କୁମାର କରକରା, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘ ମିତ୍ରା ଦେବୀ ପ୍ରମୁଖ ଯୋଗଦାନ କରିଥିଲେ l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ରାଜସ୍ୱ ବିଭାଗର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ l ମାନ୍ୟବର ମନ୍ତ୍ରୀ କହିଲେ ଯେ ଆଗାମୀ ପାଞ୍ଚ ବର୍ଷ ଭିତରେ କୌଣସି ଗରିବ ବ୍ୟକ୍ତି ଭୂମିହୀନ ରହିବେ ନlହିଁ l ବର୍ତ୍ତମାନ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଶିଳ୍ପ ସଂସ୍ଥା ହେବାଦ୍ବାରା ବିସ୍ଥାପିତ ହୋଇଥିବା ପରିବାରକୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦେବାକୁ କହିଥିଲେ l ପରିବେଷ ସୁରକ୍ଷା ପାଇଁ ମଧ୍ୟ ବିଶେଷ ପଦ୍ଧକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ୪ ଡ଼ିସିମିଲରୁ କମ ଜମି ଥିବା ବ୍ୟକ୍ତିଙ୍କୁ ମଧ୍ୟ ଭୂମିହୀନ ତାଲିକାରେ ତାଲିକାଭୁକ୍ତ କରାଯିବ ଓ ସେମାନଙ୍କୁ ଜମି ଦିଆଯିବ l ବୃହତ ରାଜସ୍ୱ ଗ୍ରାମ ଯୋଗୁଁ ଦୂରରୁ ରହୁଥିବା ଗ୍ରାମଗୁଡିକ ଅସୁବିଧା ହେଉଥିବାରୁ ଅନ୍ୟୁନ ୨୫୦ପରିବାର ଥିବା ଗ୍ରାମଗୁଡିକ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି l ସର୍ବସାଧାରଣ ହେଉଛନ୍ତି ସମ୍ମାନୀୟ ବ୍ୟକ୍ତି ସେମାନଙ୍କ ଅଭିଯୋଗ ଧୈର୍ଯ୍ୟର ସହିତ ଶୁଣି ସେବା ଯୋଗାଇଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଚେତାଇ ଦେଇଥିଲେ।ଏହାସହିତ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନସଂଗ୍ରହ ଉପରେ ମଧ୍ୟ ସମୀକ୍ଷା କରିଥିଲେ l ଚାଷୀ ଯେପରି ଠକାମୀର ଶିକାର ନ ହେବେ ସେଥିପାଇଁ ଧ୍ୟାନ ଦେବାକୁ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ l ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

The post ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀଙ୍କ ରାୟଗଡା ଗସ୍ତ,ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା appeared first on Odisha.News.