ରାଜ୍ୟ, କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କର: ଅଜୟ କୁମାର

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ କଂଗ୍ରେସର ପୁରୁଣା ନେତା, ମହିଳା, ଯୁବକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଭରି ରହିଛି। ସେମାନଙ୍କ ଉଦ୍ୟମ ଓ ସହଯୋଗରେ ସଙ୍ଗଠନ ଅଧିକ ଦୃଢ଼ ଓ କ୍ରିୟାଶୀଳ ହେବ। ଦେଶରୁ ଗରିବୀ ଓ ବେରୋଜଗାର ହଟାଇବା ନିମନ୍ତେ ଅତୀତରେ କଂଗ୍ରେସ ସରକାର ଯେଉଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିଥିଲେ, ତାହା ଅଦ୍ୟାବଧି କୌଣସି ସରକାର କରିନାହାନ୍ତି ବୋଲି ଓଡ଼ିଶା ପ୍ରଭାରୀ ଅଜୟ କୁମାର କହିଛନ୍ତି। ସୋମବାର ସ୍ଥାନୀୟ ଏକ ଘରୋଇ […] The post ରାଜ୍ୟ, କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କର: ଅଜୟ କୁମାର appeared first on Dharitri Odia News.

ରାଜ୍ୟ, କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କର: ଅଜୟ କୁମାର

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ କଂଗ୍ରେସର ପୁରୁଣା ନେତା, ମହିଳା, ଯୁବକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଭରି ରହିଛି। ସେମାନଙ୍କ ଉଦ୍ୟମ ଓ ସହଯୋଗରେ ସଙ୍ଗଠନ ଅଧିକ ଦୃଢ଼ ଓ କ୍ରିୟାଶୀଳ ହେବ। ଦେଶରୁ ଗରିବୀ ଓ ବେରୋଜଗାର ହଟାଇବା ନିମନ୍ତେ ଅତୀତରେ କଂଗ୍ରେସ ସରକାର ଯେଉଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିଥିଲେ, ତାହା ଅଦ୍ୟାବଧି କୌଣସି ସରକାର କରିନାହାନ୍ତି ବୋଲି ଓଡ଼ିଶା ପ୍ରଭାରୀ ଅଜୟ କୁମାର କହିଛନ୍ତି। ସୋମବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଦିନିକିଆ କର୍ମଶାଳା ‘ସଂକଳ୍ପ’ରେ ଏଭଳି ନିଷ୍ପତ୍ତି ହୋଇଛି। ଏଥିରେ ଯୋଗଦେଇ ଅଜୟ କହିଛନ୍ତି ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାୟ ଏବଂ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଗୁରୁଦାୟିତ୍ୱ ନିର୍ବାହ କରିବ। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ। ଗଣମାଧ୍ୟମ ସେଲ୍‌ର ଜିଲା ଓ ବ୍ଲକସ୍ତରର କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବେ ବୋଲି ସେ କହିଛନ୍ତି।
ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବିଭାଗର ଜିଲା ଏବଂ ବ୍ଲକସ୍ତରର କାର୍ଯ୍ୟକର୍ତ୍ତାମାନଙ୍କ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଏବଂ ତୃଣମୂଳସ୍ତରର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି। ତେଣୁ ଉଭୟ ଭାଜପା ଓ ବିଜେଡିର ଅସଲ ଚେହେରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆଣିବାକୁ ଅଜୟ କୁମାର କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ।

The post ରାଜ୍ୟ, କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କର: ଅଜୟ କୁମାର appeared first on Dharitri Odia News.