ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର : ଲୋକ ସେବା ଭବନରେ ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ ଆଜିର ଏହି କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ବ ଦେଇଛନ୍ତି । ସେହିପରି […] The post ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିଲା ମୋହର appeared first on KNews Odisha.

ଭୁବନେଶ୍ୱର : ଲୋକ ସେବା ଭବନରେ ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ ଆଜିର ଏହି କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ବ ଦେଇଛନ୍ତି । ସେହିପରି ଗୋସମ୍ପଦ ବୀମା ୮୫% ସରକାର ଦେବେ, ୧୫% ଚାଷୀ ଦେବେ । ଓମ୍ଫେଡ୍କୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନ୍ସେନଟିଭ ମିଳିବ ବୋଲି ବୈଠକରେ କୁହାଯାଇଛି । ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ ମଞ୍ଜୁରୀ ଦିଆଯିବ ବୋଲି କୁହାଯାଇଛି। ସେହିପରି ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହି ଷ୍ଟାଫ କ୍ବାଟର ୩୦ ମାସ ମଧ୍ୟରେ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଘରୋଇ ଡିଲରଙ୍କୁ ସୁବିଧା ମିଳିଛି। ସେମାନଙ୍କ ଲାଇସେନ୍ସ ଅବଧି ଆଉ ଦେଢ଼ ବର୍ଷ ବଢ଼ାଯାଇଛି। ୨୦୨୬ରେ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ଲାଇସେନ୍ସ ଅବଧି ବଢିବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ।
The post ରାଜ୍ୟ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିଲା ମୋହର appeared first on KNews Odisha.