ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ୱର,୯ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବୈଠକରେ ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଛାତ୍ରବୃତ୍ତି ପାଉଥିଲେ। ଏହାର କାର୍ଯ୍ୟକାରିତାର ସମୟସୀମାକୁ ବଢ଼ାଇବା ପାଇଁ ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍‌ ସଂଶୋଧନ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ […] The post ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି appeared first on Dharitri Odia News.

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ୱର,୯ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଆୟୋଜିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ବୈଠକରେ ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଛାତ୍ରବୃତ୍ତି ପାଉଥିଲେ।

ଏହାର କାର୍ଯ୍ୟକାରିତାର ସମୟସୀମାକୁ ବଢ଼ାଇବା ପାଇଁ ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍‌ ସଂଶୋଧନ କରାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ଫଳରେ ଅନ୍ୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ଅଣବୈଷୟିକ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବାକୁ ସରକାର ଅନୁମତି ଦେବେ।

The post ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସମସ୍ତ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି appeared first on Dharitri Odia News.