ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଆରମ୍ଭ

କେନ୍ଦୁଝର,୮ା୬,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଠାରେ ଶୁକ୍ରବାର ସାରୁ ୩୭ତମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ ଆରମ୍ଭ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଜାତୀୟ ହ୍ୟାଣ୍ଡବଲ ଖେଳାଳି ସୁବାଶିଷ ଖୁଣ୍ଟିଆ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ପ୍ରବଳ ବର୍ଷା ଯୋଗୁ ସନ୍ଧ୍ୟା ୫ଟା ପରିବର୍ତ୍ତେ ମ୍ୟାଚ ରାତି ୮ଟା ୩୦ରେ ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ କେନ୍ଦୁଝର ଓ ଭୁବନେଶ୍ୱର ମଧ୍ୟରେ ଖେଳାଯାଇଥିଲା। କେନ୍ଦୁଝର ୨୩-୧୨ ଗୋଲରେ ଭୁବନେଶ୍ୱରକୁ ପରାସ୍ତ କରିଛି। ମ୍ୟାଚ୍‌କୁ […] The post ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଆରମ୍ଭ appeared first on Dharitri Odia News.

ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଆରମ୍ଭ

କେନ୍ଦୁଝର,୮ା୬,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଠାରେ ଶୁକ୍ରବାର ସାରୁ ୩୭ତମ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍‌ ଚାମ୍ପିୟନଶିପ ଆରମ୍ଭ ହୋଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଜାତୀୟ ହ୍ୟାଣ୍ଡବଲ ଖେଳାଳି ସୁବାଶିଷ ଖୁଣ୍ଟିଆ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ପ୍ରବଳ ବର୍ଷା ଯୋଗୁ ସନ୍ଧ୍ୟା ୫ଟା ପରିବର୍ତ୍ତେ ମ୍ୟାଚ ରାତି ୮ଟା ୩୦ରେ ଆରମ୍ଭ ହୋଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ କେନ୍ଦୁଝର ଓ ଭୁବନେଶ୍ୱର ମଧ୍ୟରେ ଖେଳାଯାଇଥିଲା। କେନ୍ଦୁଝର ୨୩-୧୨ ଗୋଲରେ ଭୁବନେଶ୍ୱରକୁ ପରାସ୍ତ କରିଛି। ମ୍ୟାଚ୍‌କୁ ଗଞ୍ଜାମର ସନ୍ଦିପ୍‌ ଓ ପ୍ରମୋଦ ପରିଚାଳନା କରିଥିଲେ।
ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ସଭାପତି ବିପ୍ଲବ ଚୌଧୁରୀ, ସମ୍ପାଦକ ମାନସ କୁମାର ସିଂ, ଉପ ସଭାପତି ସୁରେଶ ପାଢ଼ୀ, କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାଶ ଉପସ୍ଥିତ ଥିଲେ। ସଭାକୁ ଜିଲା ସଂଘର ସଭାପତି ଇଂ. ବସନ୍ତ ଧାନୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରିତିକ ଅଧିକାରୀ ଧନ୍ୟବାଦ ଭାଷଣ ଦେଇଥିଲେ। ଏଥିରେ ଚିରଶ୍ରୀ ସାଗରିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ ମ୍ୟାଚ୍‌ ଜୁନ୍‌ ୭ରୁ ୯ ପର୍ଯ୍ୟନ୍ତ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡ଼ିୟମରେ ଚାଲିବାକୁ ଥିବା ବେଳେ ରାଜ୍ୟର ୧୬ଟି ପୁରୁଷ ଓ ୧୨ ମହିଳା ଦଳ ଭାଗ ନେଇଛନ୍ତି। ଯେଉଁଥିରେ ୪୫୦ରୁ ଊର୍ଦ୍ଧ୍ୱ ଖେଳାଳି ଓ ୨୦ରୁ ଊର୍ଦ୍ଧ୍ୱ ଅଫିସିଆଲ ସାମିଲ ଅଛନ୍ତି। ପୁରୁଷ ଖେଳାଳି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଓ ମହିଳା ଖେଳାଳି ଗୁଜରାଟୀ ସମାଜରେ ରହିବାର ବ୍ୟବସ୍ଥା ହୋଇଛି। ଅଫିସିଆଲ ତଥା ରାଜ୍ୟ ସଂଘର ଅତିଥି ବିଭିନ୍ନ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି।

The post ରାଜ୍ୟ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଆରମ୍ଭ appeared first on Dharitri Odia News.