ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ତାଙ୍କୁ ଦେଖିବାକୁ ପ୍ରବଳ ଜନ ସମାବେଶ ହୋଇଥିଲା। ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାଏକ ଓ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଏବଂ ତେଲକୋଇ ବିଧାୟକ ପ୍ରାର୍ଥୀ ଡାକ୍ତର ଫକୀର ଚରଣ ନାୟକଙ୍କ ପାଇ ନିର୍ବାଚନୀ ପ୍ରଚାର କରି ଭୋଟ୍‌ […] The post ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ appeared first on Dharitri Odia News.

ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ତାଙ୍କୁ ଦେଖିବାକୁ ପ୍ରବଳ ଜନ ସମାବେଶ ହୋଇଥିଲା। ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାଏକ ଓ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଏବଂ ତେଲକୋଇ ବିଧାୟକ ପ୍ରାର୍ଥୀ ଡାକ୍ତର ଫକୀର ଚରଣ ନାୟକଙ୍କ ପାଇ ନିର୍ବାଚନୀ ପ୍ରଚାର କରି ଭୋଟ୍‌ ମାଗିଛନ୍ତି।

ଆଜି ମଧ୍ୟାହ୍ନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ନେହେରୁ ଷ୍ଟାଡିୟମଠାରେ ଏହି ବିଜୟ ସଂକଳ୍ପ ସମାବେଶରେ ସେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ରାଜ୍ୟକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ ଦେଇ ସରକାର ଗଢ଼ିବାର ସୁଯୋଗ ଦେବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାକୁ ରାମ ରାଜ୍ୟରେ ପରିଣତ କରିବାକୁ ହେଲେ ପରିବର୍ତ୍ତନ ସହ ଭାଜପା ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ଆଗାମୀ ନିର୍ବାଚନରେ କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାଏକ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କୁ ଭୋଟ୍‌ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ଛତିଶଗଡ଼ ରାଜ୍ୟ ସଭା ଏମ୍‌ପି ଅରୁଣ ଦୁବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଭାଜପା ରାଜ୍ୟ ଉପସଭାପତି ପ୍ରକାଶ ମଲ୍ଲିକ ପରିଚାଳନା କରିଥିଲେ। ମଧ୍ୟାହ୍ନ ୧୨ଟରେ ହେଲିକପ୍ଟର ଯୋଗେ ଅରୁଣ ଗୋଭିଲ ଅବତରଣ କରିବା ପରେ ସେଠାରୁ କାର୍‌ ଯୋଗେ ସ୍ଥାନୀୟ ନେହେରୁ ଷ୍ଟାଡିୟମସ୍ଥିତ ସଭାସ୍ଥଳରେ ପହଞ୍ଚି ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ଏହା ପରେ ସେ ତେଲକୋଇକୁ ଯାଇ ଅପରାହ୍ନ ୧ ଟାରେ ସ୍ଥାନୀୟ କତରାପାଲି ଠାରେ ଭାଜପାର ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇ ଦଳୀୟ ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ଫକୀର ଚରଣ ନାୟକଙ୍କୁ ଭୋଟ ଦେଇ କେନ୍ଦ୍ରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଫାଗନ ସିଂହ କୁଲଷ୍ଟେ, ରାଜ୍ୟ ନେତା ସାରଦା ନନ୍ଦ, ଜିଲା ଉପସଭାପତି ଶୁକଦେବ ମହାନ୍ତ, ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ସମେତ ବହୁ ନେତା ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଭାଜପା ସରକାର ଗଠନ କରିବା ସହ ଦେଶରେ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଭାଜପା ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଆହ୍ବାନ କରିଥିଲେ।

The post ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ appeared first on Dharitri Odia News.