ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ, ଅଦାଲତରେ ଚ୍ୟାଲେଞ୍ଜ କରାଯିବ: ସିଦ୍ଧରମୈୟା
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଆଇନ ବିରୋଧୀ । ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯିବ । ମୁଁ ଏମିତି କିଛି ତ୍ରୁଟି କରି ନାହିଁ । ବିଜେପି ଓ ଜେଡିଏସ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ସରକାରକୁ […] The post ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ, ଅଦାଲତରେ ଚ୍ୟାଲେଞ୍ଜ କରାଯିବ: ସିଦ୍ଧରମୈୟା appeared first on Odisha.News.
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଆଇନ ବିରୋଧୀ । ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯିବ । ମୁଁ ଏମିତି କିଛି ତ୍ରୁଟି କରି ନାହିଁ । ବିଜେପି ଓ ଜେଡିଏସ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ।
ରାଜ୍ୟପାଳଙ୍କ ନିର୍ଣ୍ଣୟ ପରେ ଶନିବାର ସନ୍ଧ୍ୟା ୫ଟାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସ୍ୱତନ୍ତ୍ର ବୈଠକ ଡକାଯାଇଛି । କଂଗ୍ରେସର ଦଳୀୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ମଞ୍ଜୁରୀ ବିରୋଧରେ ଆଇନଗତ ଲଢେଇ ଲଢିବେ । ସିଦ୍ଧରମୈୟା ଅନେକ ଥର କହିଛନ୍ତି, ଯଦି ରାଜ୍ୟପାଳ ତାଙ୍କ ବିରୋଧରେ ଜାରି କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର ନ କରନ୍ତି ତେବେ କଂଗ୍ରେସ ସରକାର ଆଇନ ଓ ରାଜନୈତିକ ଭାବେ ଲଢେଇ କରିବାକୁ ପ୍ରସ୍ତୁତ ।
ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଗଟଊଇ) ଜମି ଆବଣ୍ଟନରେ ଘୋଟାଲା କରିଛନ୍ତି, ଏହି ଦୁର୍ନୀତିରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାରୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।
The post ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ, ଅଦାଲତରେ ଚ୍ୟାଲେଞ୍ଜ କରାଯିବ: ସିଦ୍ଧରମୈୟା appeared first on Odisha.News.