ରେଙ୍ଗାଲି ନିର୍ବାଚନ ମଣ୍ଡଳୀ-: ଯୋର ଧରୁଛି ଲୋକ ସମ୍ପର୍କ ଅଭିଯାନ।ଦଳରେ ଯୋଗ ଦେଲେ ଶତାଧିକ ଯୁବକ।

ସମ୍ବଲପୁର-୨୪/୦୪ (ରମାକାନ୍ତ ବିଶ୍ୱାଳ) ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ରେଙ୍ଗାଲି ବିଧାନସଭା ଆସନରେ ଏବେ ବିଜେପି ପକ୍ଷରୁ ନିଜର ନିର୍ବାଚନ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଜେପି ଲୋକସଭା ପ୍ରାଥି ହେବା ପରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ ମିଶ୍ରଣ ପର୍ବ ମାଧ୍ୟମରେ ଲୋକେ ବିଜେପି ସହ ଯୋଡ଼ି ହେଉଛନ୍ତି। ଏହି କ୍ରମରେ ରେଙ୍ଗାଲି ଗଣେଶନଗର ବିଜେପି କାର୍ଯ୍ୟାଳୟରେ […] The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀ-: ଯୋର ଧରୁଛି ଲୋକ ସମ୍ପର୍କ ଅଭିଯାନ।ଦଳରେ ଯୋଗ ଦେଲେ ଶତାଧିକ ଯୁବକ। appeared first on Odisha.News.

ରେଙ୍ଗାଲି ନିର୍ବାଚନ ମଣ୍ଡଳୀ-: ଯୋର ଧରୁଛି  ଲୋକ ସମ୍ପର୍କ ଅଭିଯାନ।ଦଳରେ ଯୋଗ ଦେଲେ ଶତାଧିକ ଯୁବକ।

ସମ୍ବଲପୁର-୨୪/୦୪
(ରମାକାନ୍ତ ବିଶ୍ୱାଳ)
ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ରେଙ୍ଗାଲି ବିଧାନସଭା ଆସନରେ ଏବେ ବିଜେପି ପକ୍ଷରୁ ନିଜର ନିର୍ବାଚନ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ଯୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ବିଜେପି ଲୋକସଭା ପ୍ରାଥି ହେବା ପରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ ମିଶ୍ରଣ ପର୍ବ ମାଧ୍ୟମରେ ଲୋକେ ବିଜେପି ସହ ଯୋଡ଼ି ହେଉଛନ୍ତି। ଏହି କ୍ରମରେ ରେଙ୍ଗାଲି ଗଣେଶନଗର ବିଜେପି କାର୍ଯ୍ୟାଳୟରେ ଠାରେ ବୁଧବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ରେଙ୍ଗାଲିବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଯୁବକ ବିଜେପି ରେ ଯୋଗ ଦେଇଥିଲେ। ବିଜେପି ରେଙ୍ଗାଲି ବିଧାୟକ ପ୍ରାଥି ନାଉରୀ ନାଏକ ଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ‌। ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାଥି ନାଉରୀ ନାଏକ କହିଛନ୍ତି ଯେ ମୋଦି ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିଶେଷ କରି ରେଙ୍ଗାଲି ବ୍ଲକରେ ଥିବ ପାଣି ସମସ୍ୟା ଦୁର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳଜିବନ ମିଶନ ଯୋଜନାରେ ରାଜ୍ୟକୁ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ତାକୁ ବସୁଧା ନାମ ଦେଇ ସଠିକ ଭାବରେ ତାହାକୁ କାର୍ଯ୍ୟକାରୀ କରୁନାହିଁ। ଏହାସହ ଏଥିରେ କୋଟିକୋଟି ଟଙ୍କାର ଦୁର୍ନୀତି କରାଯାଉଛି।ତେବେ ଏହାର ଜବାବ ରେଙ୍ଗାଲି ଜନସାଧାରଣ ଦେବେ ବୋଳି ନାଉରୀ ନାଏକ କହିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜୟ କରାଇବା ସହ ରେଙ୍ଗାଲି ବିଧାନସଭା ଓ ସମ୍ବଲପୁର ଲୋକସଭା ରେ ବିଜେପି କୁ ବିଜୟୀ କରାଇବାକୁ ଲୋକ ନିଷ୍ପତ୍ତି ନେଇ ସାରିଥିବା ନେଇ ବିଧାୟକ ପ୍ରାଥି ନାଉରୀ ନାଏକ କହିଛନ୍ତି। ତେବେ ରେଙ୍ଗାଲି ଠାରେ ବିଜେପି ର ମିଶ୍ରଣ ପର୍ବ କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ଥିବା କହିଛନ୍ତି।ଏଥିରେ ରେଙ୍ଗାଲି ମଣ୍ଡଳ ସଭାପତି ନବିନ ପ୍ରଧାନ, ସମ୍ବୁନାଥ ଅଗ୍ରୱାଲ,ଯୁବ ନେତା ଉତ୍ତମ ବିଶ୍ଵାଲ, ସରପଞ୍ଚ ସରୋଜ ମେହେର,ଚିକୁ ମେହେର ସହ ସଂଖ୍ୟାଧିକ କର୍ମୀ ଉପସ୍ଥିତ ଥିଲେ।

The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀ-: ଯୋର ଧରୁଛି ଲୋକ ସମ୍ପର୍କ ଅଭିଯାନ।ଦଳରେ ଯୋଗ ଦେଲେ ଶତାଧିକ ଯୁବକ। appeared first on Odisha.News.