ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ପାଇଁ କଲେ ଦାବି ଉପସ୍ଥାପନ

ଭୁବନେଶ୍ୱର,୧୧।୬: ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ବାଜିଛି। ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ସନ୍ଧ୍ୟାରେ ମୋହନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେଠାରେ ସେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହି […] The post ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ପାଇଁ କଲେ ଦାବି ଉପସ୍ଥାପନ appeared first on Dharitri Odia News.

ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ପାଇଁ କଲେ ଦାବି ଉପସ୍ଥାପନ

ଭୁବନେଶ୍ୱର,୧୧।୬: ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ମଙ୍ଗଳବାର ବସିଥିବା ଦଳର ବିଧାୟକ ଦଳ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ବାଜିଛି। ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ସନ୍ଧ୍ୟାରେ ମୋହନଙ୍କ ସମେତ ଭାଜପାର ବରିଷ୍ଠ ନେତାମାନେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେଠାରେ ସେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

The post ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ପାଇଁ କଲେ ଦାବି ଉପସ୍ଥାପନ appeared first on Dharitri Odia News.