ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର, ଚାଲିଛି ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା
କଟକ: ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଏବେ ଉତ୍ସବ ମୁଖର । ଶକ୍ତି ପୀଠରେ ଚାଲିଛି ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା । କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମ ରେ ଆଜି ମା ମାତଙ୍ଗୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଆଜିର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । […] The post ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର, ଚାଲିଛି ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା appeared first on KNews Odisha.

କଟକ: ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଏବେ ଉତ୍ସବ ମୁଖର । ଶକ୍ତି ପୀଠରେ ଚାଲିଛି ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା । କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମ ରେ ଆଜି ମା ମାତଙ୍ଗୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଆଜିର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପୀଠରେ ମା ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।
କଟକ ସହରର ମା କଟକ ଚଣ୍ଡୀ , ମା ଗଡ଼ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି। ଏଥି ପାଇଁ କଟକର ସମସ୍ତ ଶକ୍ତି ପୀଠ ଏବେ ଚଳଚଞ୍ଚଳ।ପୀଠ ମାନଙ୍କ ରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିବା ସହ ଭକ୍ତ ମାନେ ମା ଙ୍କୁ ଦର୍ଶନ କରି ମାଙ୍କ ଆଶୀର୍ବାଦ ଓ କରୁଣା ଲାଭ କରୁଛନ୍ତି।
The post ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଉତ୍ସବ ମୁଖର, ଚାଲିଛି ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା appeared first on KNews Odisha.