ରାଜ୍ୟରେ ଆରମ୍ଭ ହେଲା ଅଟୋମେଟିକ୍ ଡ୍ରାଇଭିଂ ଟେଷ୍ଟ୍
ରାଉରକେଲା : ରାଉରକେଲା ପରିବହନ ବିଭାଗ ପକ୍ଷରୁ ଆଜି ଠାରୁ ରାଉରକେଲା ସହରରେ ରାଜ୍ୟର ପ୍ରଥମ କରି ଆରମ୍ଭ ହୋଇଛି ଅଟୋମେଟିକ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମ । ପ୍ରଥମ ଦିନରେ ୧୧୨ ଜଣଙ୍କ ଏଡିଟିଏସ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଏହି ଏଡିଟିଏସ ଟେଷ୍ଟିଙ୍ଗ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ଵଛତା ରକ୍ଷା କରାଯିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଙ୍ଗ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଇଥିବା ଜଣାପଡିଛି । […]

ରାଉରକେଲା : ରାଉରକେଲା ପରିବହନ ବିଭାଗ ପକ୍ଷରୁ ଆଜି ଠାରୁ ରାଉରକେଲା ସହରରେ ରାଜ୍ୟର ପ୍ରଥମ କରି ଆରମ୍ଭ ହୋଇଛି ଅଟୋମେଟିକ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମ । ପ୍ରଥମ ଦିନରେ ୧୧୨ ଜଣଙ୍କ ଏଡିଟିଏସ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି । ଏହି ଏଡିଟିଏସ ଟେଷ୍ଟିଙ୍ଗ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ଵଛତା ରକ୍ଷା କରାଯିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଙ୍ଗ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ କରି ରାଉରକେଲା ପରିବହନ ବିଭାଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ପାଇଁ ଆଜି ଠାରୁ ଅଟୋମେଟିକ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମ ଶୁଭାରମ୍ଭ କରାଯାଇଥିଲା । ଏହି ଏଡିଟିଏସ ଟେଷ୍ଟିଙ୍ଗ ଟ୍ରାକ ବ୍ୟବସ୍ଥାରେ ରାଉରକେଲା ପରିବହନ ବିଭାଗରେ ଶତ ପ୍ରତିଶତ ସ୍ଵଛତା ରକ୍ଷା କରାଯିବା ସହ ଦଲାଲ ଓ ମଧ୍ୟସ୍ଥଙ୍କ ଭୁମିକାକୁ ସମ୍ପୁର୍ଣ୍ଣ ଵନ୍ଦ କରାଯାଇଛି। ଅଟୋମେଟିକ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମରେ
ସିସି କ୍ୟାମେରା ଓ ଭିଡ଼ିଓ ଆନାଲିଟିକ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଙ୍ଗ ଟେଷ୍ଟ ସ୍ଵଛତାର ସହ ଓ ନିର୍ଭୁଲ ଭାବେ କରାଯାଉଛି। ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ପାଇଁ ପରିଵହନ ଵିଭାଗ ପକ୍ଷରୁ ଯାହା ନିୟମ ରହିଛି ସେହି ନିୟମକୁ ପାଳନ କରି ୬ ଟି ପଦ୍ଧତିକୁ ଅତିକ୍ରମ କରି ଗାଡି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ ଜରିଆରେ ଆବେଦନ କରିବା ପରେ ପରିଵହନ ଵିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଙ୍ଗ ଟ୍ରାକରେ ଆଦି ଆବେଦନକାରୀଙ୍କର ଏଡିଟିଏସ ଟେଷ୍ଟିଂ କରାଯାଇଥିଲା। ପରିବହନ ବିଭାଗର ଧାର୍ଯ୍ୟ ନିୟମ ମାନି ସଠିକ ଭାବେ ଯେଉଁ ମାନେ ଗାଡି ଚାଳନା କରି ପାରିଥିଲେ, ସେମାନଙ୍କୁ ତୁରନ୍ତ ଟେଷ୍ଟିଂରେ ପାସ କରାଯାଇଥିବା ଜଣାପଡିଛି । ଏହାପରେ ସେମାନଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ଏ ସମ୍ପର୍କରେ ରାଉରକେଲା ଆରଟିଓ ବିଭାଞ୍ଜନ ସାମନ୍ତସିଂହାର କହିଛନ୍ତି ଏହି ଏଡିଟିଏସ ଟେଷ୍ଟିଂ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଜରିଆରେ ହେଉଛି । ସେଠାରେ ମୋଟ ୨୬ଟି କ୍ୟାମେରା ଲାଗିଛି । ୬ଟି ସୋପାନରେ ଏହି ଏଡିଟିଏସ ଟେଷ୍ଟିଙ୍ଗ ହେବ । ସେଗୁଡିକ ହେଲା ଓଭର ଟେକିଂ, ଜେବ୍ରା କ୍ରସିଂ, ଏସ୍ ଟ୍ରାକ୍, ପାରାଲାଲ ପାର୍କିଂ, ଗ୍ରାଡିଏଣ୍ଟ ଏବଂ ଏଇଟ୍(୮) ଟ୍ରାକ ଆଦି ସବୁ ସିଷ୍ଟମରେ ଭିଜୁଆଲ ଆନାଲିସ୍ କରାଯାଇ ଡ୍ରାଇଭିଂ ଟେଷ୍ଟିଂ ହେବ । ଏଥିପାଇଁ ଚାଳକକୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ । ଯାହାକି ସିଷ୍ଟମ ଦ୍ବାରା ପ୍ରଦର୍ଶିତ ହେବ । ଏଥିରେ ଗୋଟିଏ କେଉଁଥିରେ ବି ଫେଲ ହେଲେ ତାକୁ ଅକୃତକାର୍ଯ୍ୟ ଧରାଯିବ । ଏବଂ ଚାଳକ ଜାଣି ପାରିବ ସେ କେଉଁ ସୋପାନରେ ଫେଲ ହେଲା । ସେଥିପାଇଁ ସେ ପ୍ରସ୍ତୁତ ହୋଇ ପୁନଃ ଏଡିଟିଏସ ଟେଷ୍ଟିଙ୍ଗର ସମ୍ମୁଖୀନ ହେବ । ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ବାରା ସିଷ୍ଟମରେ ହେଉଥିବାରୁ ଏଥିରେ କୌଣସି ମାନୁଆଲ ହସ୍ତକ୍ଷେପ ରହିବ ନାହିଁ କି ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ । ସବୁଠାରୁ ବଡ କଥା ହେଲା ଏହା ଦ୍ବାରା ଉତ୍ତମ ଅଭିଜ୍ଞ ଚାଳକ ସୃଷ୍ଟି ହେବା ସହ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆରଟିଓ ଶ୍ରୀ ସାମନ୍ତସିଂହାର କହିଛନ୍ତି ।