ରାଜ୍ୟରେ ଚିହ୍ନଟ ହୋଇନି ନୂଆ ଭାରିଏଣ୍ଟ, ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଭୁବନେଶ୍ୱର : କଡ଼ ଲେଉଟାଇଲାଣି କରୋନା I ଦେଶରେ କେତେକ ସ୍ଥାନରେ ଚିହ୍ନଟ ହେଲେଣି କରୋନା ସଂକ୍ରମିତ I କର୍ଣ୍ଣାଟକ ଓ କେରଳରେ ଠାବ ହେଇଛନ୍ତି କରୋନାର ସବଭ୍ୟାରିଏଣ୍ଟ JN 1I ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ଓ କେରଳରେ ୨ ଜଣ ଆଖି ବୁଜି ସାରିଲେଣି। ଏ ନେଇ ଆସନ୍ତାକାଲି କୋଭିଡ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର […]

ଭୁବନେଶ୍ୱର : କଡ଼ ଲେଉଟାଇଲାଣି କରୋନା I ଦେଶରେ କେତେକ ସ୍ଥାନରେ ଚିହ୍ନଟ ହେଲେଣି କରୋନା ସଂକ୍ରମିତ I କର୍ଣ୍ଣାଟକ ଓ କେରଳରେ ଠାବ ହେଇଛନ୍ତି କରୋନାର ସବଭ୍ୟାରିଏଣ୍ଟ JN 1I ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକ ଓ କେରଳରେ ୨ ଜଣ ଆଖି ବୁଜି ସାରିଲେଣି। ଏ ନେଇ ଆସନ୍ତାକାଲି କୋଭିଡ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।
ଦେଶରେ ଦେଖାଦେଇଥିବା କରୋନା ସବ- ଭାରିଆଣ୍ଟ N 1 କୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ତେବେ ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନାଚୁରାଲ । ଓଡ଼ିଶାରେ ଏବେ ଯାଏଁ ନୂଆ ଭାରିଏଣ୍ଟ୍ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । ତଥାପି ସର୍ଭେଲାନ୍ସ ଜାରି ରହିଛି ।ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ଗାଇଡଲାଇନ ଜାରି କରିପାରୁ।
ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି,ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ । ମ୍ୟାନ୍ ପାୱାର,ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ବାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା,କାଶ ରହୁଛି, ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ କହିଛି । ତେବେ ଥଣ୍ଡା, ଜ୍ବର ହେଲେ ଘରୁ ବାହାରନ୍ତୁ ନାହିଁ । ଲକ୍ଷଣ ଥିଲେ,ପିକନିକ୍ ଯାଆନ୍ତୁ ନାହିଁ I ଯେଉଁମାନଙ୍କ ଥଣ୍ଡା, କାଶ, ଜ୍ୱର ପରି ଲକ୍ଷଣ ଦେଖା ଯାଉଛି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ । ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।