ରାଜ୍ୟରେ ବଢୁଛି ଡେଙ୍ଗୁ ସ୍ଥିତି
ଭୁବନେଶ୍ୱର : ବର୍ଷା ଆରମ୍ଭ ବେଳକୁ ରାଜ୍ୟରେ ଉପୁଜିଲାଣି ଡେଙ୍ଗୁ ସମସ୍ୟା । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ବଢ଼ିଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଗୁରୁବାର ସୁଦ୍ଧା ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ଦିନ କେବଳ ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ଜଣ ଚିହ୍ନଟ ହୋଇଛନ୍ତି । […]

ଭୁବନେଶ୍ୱର : ବର୍ଷା ଆରମ୍ଭ ବେଳକୁ ରାଜ୍ୟରେ ଉପୁଜିଲାଣି ଡେଙ୍ଗୁ ସମସ୍ୟା । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାପ୍ରକଟ କରିଛି । ଗତବର୍ଷ ଅପେକ୍ଷା ଏଥର ଅନେକ ସଂଖ୍ୟାରେ ବଢ଼ିଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଗୁରୁବାର ସୁଦ୍ଧା ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ଦିନ କେବଳ ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ଜଣ ଚିହ୍ନଟ ହୋଇଛନ୍ତି । ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ କଟକ, ଭୁବନେଶ୍ୱରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗକୁ ବି ବର୍ଷା ଅଛି, ଏଣୁ ଅଧିକ ସତର୍କ ରହିବା ସହ ଅଧିକ ସଚେତନ କରିବାକୁ ପଦକ୍ଷେପ ମଧ୍ୟ ନିଆଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଯେହେତୁ ଟେଷ୍ଟ ସଂଖ୍ୟା ବଢାଯାଇଛି, ଏଣୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।