ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା ନାରୀ ର୍ନିଯାତନା, ହତ୍ୟା, ଦୁଷ୍କର୍ମ, ଅପହରଣ ଓ ନିଖୋଜ ଘଟଣାର ପ୍ରତିବାଦ ସୱରୂପ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଜିଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ମଶାଲ ଧରି ମହାତ୍ମା ଗାନ୍ଧୀ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଶେଷରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ […] The post ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ appeared first on Dharitri Odia News.

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା ନାରୀ ର୍ନିଯାତନା, ହତ୍ୟା, ଦୁଷ୍କର୍ମ, ଅପହରଣ ଓ ନିଖୋଜ ଘଟଣାର ପ୍ରତିବାଦ ସୱରୂପ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଜିଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ମଶାଲ ଧରି ମହାତ୍ମା ଗାନ୍ଧୀ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଶେଷରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ସଭା ହୋଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ ରାଜ୍ୟରେ ନାରୀ ନିର୍ଯାତନା ଯେଭଳି ଭାବରେ ବଢ଼ିଛି, ତାର ଉପରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମଧ୍ୟ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ରାଜ୍ୟ ସରକାର ଓଡ଼ିଶାରେ ନାରୀ ମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କୁ ସେମାନେ ସମାଲୋଚନା କରିଥିଲେ ।

ଜିଲା କଂଗ୍ରେସ କମିଟି ସଭାପତି ହରଦିପ ସିଂ, ଜିଲା କଂଗ୍ରେସ ପୂର୍ବତନ ସଭାପତି ଅନନ୍ତ ଶୟନ ପାଢ଼ୀ, ବରିଷ୍ଠ ନେତା ନିପନ ଦାଶ , ପର୍ଯ୍ୟବେକ୍ଷକ ଗୌନ୍ତିଆ ସାହୁ, ରବି ପଣ୍ଡା, ବରିଷ୍ଠ ନେତା ଅଶୋକ ଦାଶ, ନଗର କଂଗ୍ରେସ ସଭାପତି ସୁଧୀର ଜେନା, ବରଗଡ଼ ବ୍ଲକ କଂଗ୍ରେସ ସଭାପତି ଅନନ୍ତ ତାଣ୍ଡି, ସମ୍ପାଦକ ପ୍ରତାପ ନାୟକ, ଜିଲା ଯୁବ କଂଗ୍ରେସ ସଭାପତି ଅମିତ୍ ଆଚାର୍ଯ୍ୟ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌରବ ଆଜାଦ ପତି, ଜିଲା ମହିଳା କଂଗ୍ରେସ ସମ୍ପାଦିକା ନିଳୀମା ଅଗ୍ରୱାଲ, ଉମାକାନ୍ତ ଭୋଇ, ସନ୍ତୋଷ ସାହୁ, ପପ୍ପୁ କୁମ୍ଭାର, ଗୋବିନ୍ଦ ମେହେର, ଦେବୁ ସ୍ବାଇଁ, ରଜତ ପାତ୍ର, ସାହିଲ ଅନସାରି, ଭୋଜରାଜ ଦୋରା, ଗୋପ ପାଇକ, ବିମଳ ଛତର, ବିମଲ ଶିଖା, ନିତିସ ସୁନା, ଦିନେଶ ବେହେରା, ପିଙ୍କି ସିକା, ଆଶୁତୋଷ ପଣ୍ଡା, ଅତୃପ୍ତ ଭୋଇ, ନକୁଲ ଭୋଇ, ଅନନ୍ତ ଧଳ, ଗଣେଶ ନାଇଡ଼ୁ, ରାଜେଶ ପ୍ରଧାନ, ଟିଲି ଭୋଇ, ଅଜୟ ତିୱାରୀ, ହାଲି କୋସଲ ,ବବିତା ଗୁଆଲ, ରିଙ୍କୁ ମହାନନ୍ଦ , ସସ୍ମିତା ଲୁହା, ବିଦ୍ୟା ହାତୀ, ଭାବନା ତାଣ୍ଡି, ଗୀତା ବେହେରା, ଗୀତା ଜଗଦଲା, ମମତା ସାହୁ, ରିଙ୍କି ଜଗଦଳା, ଚୁମକି ସାହୁ, ଦିନେଶ ବେହେରା, ସାଗର, ପାଣ୍ଡେ, ପ୍ରମୁଖ ଉପସ୍ଥିତ ଥିଲେ ।

 

The post ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ appeared first on Dharitri Odia News.