ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ! ଚୌକି ପଡିଛି ଖାଲି, କିଏ ଦେବ ନ୍ୟାୟ ?
ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ? କେତେ ଦହଗଞ୍ଜ ସାଧାରଣ ମଣିଷ ? ନ୍ୟାୟ ପାଇଁ ବାରମ୍ବାର ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଦୌଡିଥିଲେ ବି ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି । ସମାନ ଅବସ୍ଥା ରାଜ୍ୟ ଶିଶୁ ସୁରକ୍ଷା କମିଶନରେ । ଫଳରେ ପୀଡିତାଙ୍କ ଆଖିରୁ ଲୁହ ଶୁଖୁନି କି ଅକୁହା କୋହ ସହି ହେଉନି ।