ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ – ଆଇନ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେବେ ରହୁଥିବା ସମସ୍ତ ବାଂଲାଦେଶୀ । ଯଦି ବିନା ଡକ୍ୟୁମେଣ୍ଟରେ କେହି ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତାପରେ ବର୍ତ୍ତମାନ ସେଠାକାର ବାଂଲାଦେଶୀ ଭାରତମୁହାଁ ହୋଇଛନ୍ତି । ତେଣୁ ରାଜ୍ୟରେ ଅନୁପ୍ରବେଶ ଆଶଙ୍କା ରହିଥିବାରୁ ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ।ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। […]

ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ – ଆଇନ ମନ୍ତ୍ରୀ
ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ - ଆଇନ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେବେ ରହୁଥିବା ସମସ୍ତ ବାଂଲାଦେଶୀ । ଯଦି ବିନା ଡକ୍ୟୁମେଣ୍ଟରେ କେହି ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତାପରେ ବର୍ତ୍ତମାନ ସେଠାକାର ବାଂଲାଦେଶୀ ଭାରତମୁହାଁ ହୋଇଛନ୍ତି । ତେଣୁ ରାଜ୍ୟରେ ଅନୁପ୍ରବେଶ ଆଶଙ୍କା ରହିଥିବାରୁ ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ।ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ବାଂଲାଦେଶରେ ଏକ ନୂତନ ସରକାର ଗଠନ ହୋଇନଥିଲେ ମଧ୍ୟ ସେଠାରେ ରାଜନୈତିକ ହିଂସା ଜାରି ରହିଛି । ହିଂସାକାଣ୍ଡ ଘଟି ସେଠାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଦଙ୍ଗାକାରୀ ମାନେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ବାଂଲାଦେଶର ଅନେକ ହିନ୍ଦୁ ପରିବାର (ଭାରତୀୟ ସୀମାରେ ବାଂଲାଦେଶୀ) ନିଜ ଘର ଛାଡି ଭାରତ ଆସିବାକୁ ଚାହାଁନ୍ତି।

ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି। ପ୍ରାୟ ୧୦୦୦ବାଂଲାଦେଶୀ ବଙ୍ଗଳାର କୁଚବିହାରର ସୀତାଲକୁଚିରେ ଜଳଭଣ୍ଡାରରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଏସଏଫକୁ ଅନୁରୋଧ କରିଛନ୍ତି ।

ତେବେ ସୀମା ସୁରକ୍ଷାକୁ ନେଇ ବିଏସଏଫ ମଧ୍ୟ ସତର୍କ ରହିଛି। ବିଏସଏଫ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି କିନ୍ତୁ ସେମାନଙ୍କୁ ସୀମାରେ ଅଟକାଇ ଦିଆଯାଇଛି ।