ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ୬ ଲୋକସଭା ଏବଂ ୪୨ ବିଧାନସଭା ପାଇଁ ନେତା ବାଛିବେ ଜନତା

ଭୁବନେଶ୍ୱର ୦୧।୦୬ :  ଶନିବାର ଶେଷ ପର୍ଯ୍ୟାୟ ମତଦାନ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛିବେ ଭୋଟ । ଏହି ଅନ୍ତିମ ପର୍ଯ୍ୟାୟରେ ଓଡିଶାରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଚାଲିଛି । ଶେଷ ପର୍ଯ୍ୟାୟରେ ମୋଟ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଓଡ଼ିଶାର ୬ ଲୋକସଭା ସିଟ୍‌ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ପାଇଁ ମତଦାନ। ଏହି ଲୋକସଭା  ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମଧ୍ୟ ଭୋଟରମାନେ  ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ । ଲୋକସଭା ପାଇଁ  ୬୬ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ଲଢ଼ୁଛନ୍ତି  ୩୯୪ ଜଣ ଯୋଦ୍ଧା । ୯୯ ଲକ୍ଷ ୬୧ ହଜାର ଭୋଟର  ଏମାନଙ୍କର ଭାଗ୍ୟ ଇଭିଏମରେ ସିଲ୍‌ କରିବେ ।  ଏଥିପାଇଁ ୧୦ ହଜାର ୫୮୭ଟି ବୁଥ୍‌ ଓ ୨୫ଟି ଅତିରିକ୍ତ  ବୁଥ୍‌ ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା  ଯାଏଁ ଚାଲିବ  । ଏହାପରେ ଜୁନ୍‌ ୪ରେ ଭୋଟଗଣତି ହେବ ।  ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ  ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ  ୧୨

ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ୬ ଲୋକସଭା ଏବଂ ୪୨ ବିଧାନସଭା ପାଇଁ ନେତା ବାଛିବେ ଜନତା

ଭୁବନେଶ୍ୱର ୦୧।୦୬ :  ଶନିବାର ଶେଷ ପର୍ଯ୍ୟାୟ ମତଦାନ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ନେତା ବାଛିବେ ଭୋଟ । ଏହି ଅନ୍ତିମ ପର୍ଯ୍ୟାୟରେ ଓଡିଶାରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଚାଲିଛି । ଶେଷ ପର୍ଯ୍ୟାୟରେ ମୋଟ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । 

ଓଡ଼ିଶାର ୬ ଲୋକସଭା ସିଟ୍‌ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ପାଇଁ ମତଦାନ। ଏହି ଲୋକସଭା  ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମଧ୍ୟ ଭୋଟରମାନେ  ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ । ଲୋକସଭା ପାଇଁ  ୬୬ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ଲଢ଼ୁଛନ୍ତି  ୩୯୪ ଜଣ ଯୋଦ୍ଧା । ୯୯ ଲକ୍ଷ ୬୧ ହଜାର ଭୋଟର  ଏମାନଙ୍କର ଭାଗ୍ୟ ଇଭିଏମରେ ସିଲ୍‌ କରିବେ ।  ଏଥିପାଇଁ ୧୦ ହଜାର ୫୮୭ଟି ବୁଥ୍‌ ଓ ୨୫ଟି ଅତିରିକ୍ତ  ବୁଥ୍‌ ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା  ଯାଏଁ ଚାଲିବ  । ଏହାପରେ ଜୁନ୍‌ ୪ରେ ଭୋଟଗଣତି ହେବ ।  

ଶେଷ ପର୍ଯ୍ୟାୟ ମତଦାନରେ ୧୪୦୦ରୁ  ଅଧିକ ବୁଥ୍‌ ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ କରୁଛନ୍ତି । ଏହି ପର୍ଯ୍ୟାୟରେ  ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ  ହୋଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଛି । ୪୨ଟି ନିର୍ବାଚନମଣ୍ଡଳୀରେ ଭୋଟ ପାଇଁ ମୋଟ  ୧୨୫ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଛନ୍ତି । ଅଂଶୁଘାତ ମୁକାବିଲା ପାଇଁ ପ୍ରତି ପୋଲିଂ  ଷ୍ଟେସନରେ ଆବଶ୍ୟକୀୟ ଔଷଧ, ଓଆରଏସ୍‌   ରଖାଯିବ । ବୁଥରେ ପିଇବା ପାଣି, ଶୌଚାଳୟ ଓ  ଛାଇ ଆଦି ସର୍ବନିମ୍ନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।