ରାତି ସାରା କାନ୍ଦୁଥିଲା… ନିଦ ହେଉନଥିଲା; ୪୩ ଦିନର ନବଜାତର ବେକ କାଟି ହତ୍ୟା କଲା ମାଆ

ମୁମ୍ଵାଇ ୨୧।୦୩: ରାଜସ୍ଥାନର ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୪୩ ଦିନିଆ ନବଜାତ ଶିଶୁର ଗଳା କାଟି ହତ୍ୟା କରିଛି ମାଆ।  ଅନେକ ଦିନ ଧରି ପୋଲିସକୁ ବିଭ୍ରାନ୍ତ କରି ଚାଲିଥିଲା। କିନ୍ତୁ ଶେଷରେ ସେ ନିଜ ଅପରାଧ ସ୍ୱୀକାର କରିଛି। ଯେତେବେଳେ ମହିଳା ଜଣକ ହତ୍ୟାକାଣ୍ଡର କାରଣ କହିଥିଲେ, ସେତେବେଳେ ପୋଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିଯୁକ୍ତ ଅଞ୍ଜୁମ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ କାର୍ଯ୍ୟରେ ଅନୁତାପ କରୁଛନ୍ତି। ଏହି ମାମଲା ଜୟପୁରର ରାମଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର। ଏଠାରେ ରହୁଥିବା ଅଞ୍ଜୁମଙ୍କ ଘରୁ ନିକଟସ୍ଥ ଲୋକମାନେ ଚିତ୍କାର ଶୁଣିଥିଲେ। ଯେତେବେଳେ ଆଖପାଖର ଲୋକମାନେ ଏବଂ କିଛି ପରିବାର ସଦସ୍ୟ ତାଙ୍କ ପାଖରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ଅଞ୍ଜୁମ୍ ତାଙ୍କ ନବଜାତ ପୁତ୍ରକୁ କୋଳରେ ରଖିଛନ୍ତି । ତାହା ମଧ୍ୟ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ….ଶିଶୁର ବେକ କାଟି ଦିଆଯାଇଥିଲା। ରକ୍ତ ଧାର ଧାର ବୋହି ଯାଉଥିଲା । ଅଞ୍ଜୁମ ଚିତ୍କାର କରିବାକୁ ଲାଗିଲେ ଯେ କେହି ତାଙ୍କ ପୁଅକୁ ହତ୍ୟା କରିଛନ୍ତି। ଲୋକମାନେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। ପରିବାରର କେହି ପୋଲିସକୁ ଜଣାଇଥିଲେ ଯେ କେହି ଜଣେ ତାଙ୍କ କୁନି ପୁଅଙ୍କୁ ସାଂଘାତିକ ଭାବେ କିଏ ଆକ୍ରମଣ କରିଛି। ଏନେଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଯେତେବେଳେ ଅଞ୍ଜୁମଙ୍

ରାତି ସାରା କାନ୍ଦୁଥିଲା… ନିଦ ହେଉନଥିଲା; ୪୩ ଦିନର ନବଜାତର ବେକ କାଟି ହତ୍ୟା କଲା ମାଆ

ମୁମ୍ଵାଇ ୨୧।୦୩: ରାଜସ୍ଥାନର ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୪୩ ଦିନିଆ ନବଜାତ ଶିଶୁର ଗଳା କାଟି ହତ୍ୟା କରିଛି ମାଆ।  ଅନେକ ଦିନ ଧରି ପୋଲିସକୁ ବିଭ୍ରାନ୍ତ କରି ଚାଲିଥିଲା। କିନ୍ତୁ ଶେଷରେ ସେ ନିଜ ଅପରାଧ ସ୍ୱୀକାର କରିଛି। ଯେତେବେଳେ ମହିଳା ଜଣକ ହତ୍ୟାକାଣ୍ଡର କାରଣ କହିଥିଲେ, ସେତେବେଳେ ପୋଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

ଅଭିଯୁକ୍ତ ଅଞ୍ଜୁମ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ କାର୍ଯ୍ୟରେ ଅନୁତାପ କରୁଛନ୍ତି। ଏହି ମାମଲା ଜୟପୁରର ରାମଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର। ଏଠାରେ ରହୁଥିବା ଅଞ୍ଜୁମଙ୍କ ଘରୁ ନିକଟସ୍ଥ ଲୋକମାନେ ଚିତ୍କାର ଶୁଣିଥିଲେ। ଯେତେବେଳେ ଆଖପାଖର ଲୋକମାନେ ଏବଂ କିଛି ପରିବାର ସଦସ୍ୟ ତାଙ୍କ ପାଖରେ ପହଞ୍ଚିଲେ, ସେମାନେ ଦେଖିଲେ ଯେ ଅଞ୍ଜୁମ୍ ତାଙ୍କ ନବଜାତ ପୁତ୍ରକୁ କୋଳରେ ରଖିଛନ୍ତି । ତାହା ମଧ୍ୟ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ….

ଶିଶୁର ବେକ କାଟି ଦିଆଯାଇଥିଲା। ରକ୍ତ ଧାର ଧାର ବୋହି ଯାଉଥିଲା । ଅଞ୍ଜୁମ ଚିତ୍କାର କରିବାକୁ ଲାଗିଲେ ଯେ କେହି ତାଙ୍କ ପୁଅକୁ ହତ୍ୟା କରିଛନ୍ତି। ଲୋକମାନେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। ପରିବାରର କେହି ପୋଲିସକୁ ଜଣାଇଥିଲେ ଯେ କେହି ଜଣେ ତାଙ୍କ କୁନି ପୁଅଙ୍କୁ ସାଂଘାତିକ ଭାବେ କିଏ ଆକ୍ରମଣ କରିଛି। ଏନେଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଯେତେବେଳେ ଅଞ୍ଜୁମଙ୍କୁ ପଚରାଉଚରା ଯାଇଥିଲା, ସେତେବେଳେ ପୋଲିସ ତାଙ୍କ ବିବୃତ୍ତିରେ ସନ୍ଦେହ କରିଥିଲା। ପ୍ରଥମେ କିଛି ଦିନ ପୋଲିସକୁ ବିଭ୍ରାନ୍ତ କଲେ। କିନ୍ତୁ ଯେତେବେଳେ ସେମାନେ ତାଙ୍କୁ କଠୋର ପଚରାଉଚରା କରିଥିଲେ। ସେତେବେଳେ ନିଜ ଅପରାଧ ସ୍ୱୀକାର କରି ନେଇଥିଲେ। 

ମହିଳା ଜଣକ କହିଥିଲେ ଯେ ତାଙ୍କ ପୁଅ ଦିନସାରା କାନ୍ଦୁଥିଲା। ତାଙ୍କର ନିଦ ହେଉନଥିଲା । ଯାହାକୁ ନେଇ ସେ ବିରକ୍ତ ହୋଇଯାଇଥିଲେ । ଯେଉଁଥିପାଇଁ ସେ ନିଜ ପୁଅକୁ ହତ୍ୟା କରିଛନ୍ତି। ବର୍ତ୍ତମାନ ଅଞ୍ଜୁମ ପୋଲିସର ହେପାଜତରେ ଅଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି।