ରାମନାଥ କୋଭିଡ୍‌ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି, କଙ୍ଗନାଙ୍କ ପୁଣି ଏକ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୧।୮: ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା କଙ୍ଗନା ରାଣାଓ୍ବତ୍‌ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାଜପା ଏମ୍‌ପି ହେବା ପରଠୁ ନିଜ ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି। ଏକ ଓ୍ବେବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାମନାଥ କୋଭିଡ୍‌ ବୋଲି କହିଛନ୍ତି। କଙ୍ଗନାଙ୍କ ମତରେ ରାମନାଥ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି। କିନ୍ତୁ ପ୍ରକୃତରେ ଆର୍‌.କେ. ନାରାୟଣନ୍‌ ପ୍ରଥମ ଦଳିତ ରାଷ୍ଟ୍ରପତି ଥିଲେ। କଙ୍ଗନା ନିଜ ଭୁଲ୍‌ ବୁଝିପାରିବା ପରେ […] The post ରାମନାଥ କୋଭିଡ୍‌ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି, କଙ୍ଗନାଙ୍କ ପୁଣି ଏକ ବିବାଦୀୟ ବୟାନ appeared first on Dharitri Odia News.

ରାମନାଥ କୋଭିଡ୍‌ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି, କଙ୍ଗନାଙ୍କ ପୁଣି ଏକ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୧।୮: ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା କଙ୍ଗନା ରାଣାଓ୍ବତ୍‌ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାଜପା ଏମ୍‌ପି ହେବା ପରଠୁ ନିଜ ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି। ଏକ ଓ୍ବେବ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାମନାଥ କୋଭିଡ୍‌ ବୋଲି କହିଛନ୍ତି। କଙ୍ଗନାଙ୍କ ମତରେ ରାମନାଥ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି। କିନ୍ତୁ ପ୍ରକୃତରେ ଆର୍‌.କେ. ନାରାୟଣନ୍‌ ପ୍ରଥମ ଦଳିତ ରାଷ୍ଟ୍ରପତି ଥିଲେ। କଙ୍ଗନା ନିଜ ଭୁଲ୍‌ ବୁଝିପାରିବା ପରେ କ୍ଷମା ମାଗିଥିଲେ। ତେବେ ରାମନାଥଙ୍କୁ କୋଭିଡ୍‌ କହିବା ନେଇ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଟ୍ରୋଲ୍‌ କରାଯାଉଛି। କୁଇନ୍‌ ଆକ୍ଟ୍ରେସ୍‌ଙ୍କ ଆଇକ୍ୟୁ ଏତେ ନିମ୍ନ ବୋଲି ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି।

The post ରାମନାଥ କୋଭିଡ୍‌ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି, କଙ୍ଗନାଙ୍କ ପୁଣି ଏକ ବିବାଦୀୟ ବୟାନ appeared first on Dharitri Odia News.