ରାମପୁରରେ କୁଚିଆ ମଦ ବନ୍ଦ ଦାବୀରେ ତାତିଲେ ମହିଳା
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କୁଚିଆ ମଦ ଅବାଧ ବିକ୍ରି ଚାଲିଥିବାରୁ ଏବେ ବିଭିନ୍ନ ଜାଗାରେ ପ୍ରତିବାଦ ର ସ୍ୱର ଉଠିଲାଣି। ସେହି କ୍ରମରେ ଆଜି ଡୁଙ୍ଗୁରିପାଲି ବ୍ଲକର ରାମପୁର ଅଞ୍ଚଳରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ତଥା ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଜନତା ଆଜି ଏକ ବିରାଟ ପଟୁଆରରେ ଆସି ରାମପୁର ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା […] The post ରାମପୁରରେ କୁଚିଆ ମଦ ବନ୍ଦ ଦାବୀରେ ତାତିଲେ ମହିଳା appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କୁଚିଆ ମଦ ଅବାଧ ବିକ୍ରି ଚାଲିଥିବାରୁ ଏବେ ବିଭିନ୍ନ ଜାଗାରେ ପ୍ରତିବାଦ ର ସ୍ୱର ଉଠିଲାଣି। ସେହି କ୍ରମରେ ଆଜି ଡୁଙ୍ଗୁରିପାଲି ବ୍ଲକର ରାମପୁର ଅଞ୍ଚଳରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ତଥା ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଜନତା ଆଜି ଏକ ବିରାଟ ପଟୁଆରରେ ଆସି ରାମପୁର ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇଆଇସି ପଦ୍ମାସିନୀ ମେହେରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସେମାନଙ୍କ କହିବା କଥା ଯେ ରାମପୁର ଅଞ୍ଚଳର ବିଭିନ୍ନ ପଡା, ସାହି ବସ୍ତିରେ ବିଭିନ୍ନ ଅସାମାଜିକ ତତ୍ତ୍ୱଙ୍କ ଦ୍ଵାରା ଦେଶୀ ମଦର ଖୁଲମଖୁଲା ବ୍ୟବସାୟ ଚାଲିଛି ଯାହା ଫଳରେ ବହୁତ ଗରିବ ପରିବାର କଷ୍ଟ ଉପାର୍ଜିତ କରି ଅର୍ଜନ କରୁଥିବା ଟଙ୍କା ସବୁକୁ ଲୋକ ମାନେ ଘରେ କଳି କରି ସମସ୍ତ ଟଙ୍କାରେ ମଦ ପିଇ ସର୍ବସ୍ବାନ୍ତ ହେଲେଣି ତଥା ଅନେକ ଯୁବକ ନିଶାସକ୍ତ ହୋଇ ଅନେକ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତରହି ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଲାଣି। ଏପରିକି କିଛି ନାବାଳକ ସ୍କୁଲ ଛାତ୍ର ମଧ୍ୟ କୁସଙ୍ଗରେ ପଡ଼ି ପାଠରେ ଡୋରି ବାନ୍ଧିଥିବା ଘଟଣା ସବୁ ଦୃଷ୍ଟିରେ ଆସିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅବିଳମ୍ବେ ସମସ୍ତ କୁଚିଆ ଦେଶୀମଦ ବିକୁଥିବା ବା ବେପାର ଚଳାଇଥିବା ସମସ୍ତଙ୍କୁ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରି ଏହା ସଂପୂର୍ଣ୍ଣ ବନ୍ଦ୍ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ଚୋରା ରନ୍ଧା ଖୋଲା ମଦ ବିକ୍ରି ହେଉଥିବା ଯୋଗୁଁ କେତେବେଳେ ଯେ ମଦ ମୃତ୍ୟୁ ଘଟିବାର ମଧ୍ୟ ଆଶଂକା କରିଛନ୍ତି। ଏହା ପରେ ସେମାନେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟି ଏହି ସମାନ ଦାବିପତ୍ର ଦେବା ସହ କୁଚିଆ ମଦ ର ବହୁଳ ପ୍ରଚଳନ ଯୋଗୁଁ ସେମାନେ ଭୋଗୁଥିବା ସମସ୍ତ ଦୁଃଖକୁ ବଖାଣିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଦାବିପତ୍ର ମଧ୍ୟ ସେମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ରାମପୁର ତହସିଲଦାରଙ୍କୁ ମଧ୍ୟଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅବିଳମ୍ବେ ଯଦି ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲିଖିତ ଜଣାଇଛନ୍ତି। ଆଜିର ଏହି ବିକ୍ଷୋଭ ସମାବେଶରେ ଅଞ୍ଚଳର ଅନେକ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କ ସହ ରାମପୁର ସରପଞ୍ଚ ମନୋଜ ପୁରୋହିତ, ଉମେଶ ପୂଜାରୀ, ଏସସି ସେଲ ସଭାପତି ଲକ୍ଷ୍ମଣ ଭରା ସାଗର, ରାମପୁର ବିକେଏଲ୍ ଏଫ୍ ସଭାପତି ରେସ୍ମା ଖାତୁନ୍, ରାମପୁର ସିଆରପିଏଫ ଏମବିକେ ଙ୍କ ସହ ଶାନ୍ତି ନାୟକ, ମାମୀ ପଟ୍ଟନାୟକ, ପ୍ରମୋଦିନୀ ପାଢ଼ୀ, ସୂର୍ଯ୍ୟକାନ୍ତୀ ହରିପାଲ, ପୂର୍ଣ୍ଣମୀ ଶିକା, ସୁନିତା ଶିକା, ଅଷ୍ଟମୀ କୁମ୍ଭାର, ଝରଣା ନାଏକ, ବାସନା ବନଛୋର୍, ଅଞ୍ଜନା ସିଂହକୁ, ତରଙ୍ଗିଣୀ ପ୍ରଧାନ, ପଦ୍ମିନୀ ପ୍ରଧାନ, ଅନିତା ଡାଙ୍ଗ, ସନ୍ତୋଷିନୀ ସାହୁ, ଯଶୋବନ୍ତୀ ପଟେଲ, ସସ୍ମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।
The post ରାମପୁରରେ କୁଚିଆ ମଦ ବନ୍ଦ ଦାବୀରେ ତାତିଲେ ମହିଳା appeared first on Odisha.News.