ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ

ଜେରୁଜେଲମ୍‌/ଅଯୋଧ୍ୟା,୨୨ା୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବର […] The post ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ appeared first on Dharitri Odia News.

ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ

ଜେରୁଜେଲମ୍‌/ଅଯୋଧ୍ୟା,୨୨ା୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବା ପାଇଁ ମୋକ୍ଷଦାୟିନୀ ଅଯୋଧ୍ୟାରେ କେବଳ ଭାରତ ନୁହେଁ, ସାରା ବିଶ୍ୱର କୋଣ ଅନୁକୋଣରୁ ରାମଭକ୍ତମାନେ ଶୁଭେଚ୍ଛା ଜଣାଉଛନ୍ତି।

Ram Mandir Ayodhya Photos, Png, Drawing, Images Hd Download And Share (राम  मंदिर फोटो hd Download): Ayodhya Ramlala Murti Photo 1080p Share With  Friends And Family | अध्यात्म News, Times Now Navbharat

ଏହି ପରିପ୍ରେକ୍ଷୀରେ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ହିନ୍ଦୀରେ ଟୁଇଟ୍‌ କରି କହିଛନ୍ତି, ‘ରାମମନ୍ଦିରର ପବିତ୍ର ଦିବସ ଅବସରରେ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସମଗ୍ର ବିଶ୍ୱରେ ଭକ୍ତଙ୍କ ପାଇଁ ଏହା ଐତିହାସିକ ମୁହୂର୍ତ୍ତ। ମୁଁ ଶୀଘ୍ର ଅଯୋଧ୍ୟାରେ ରାମମନ୍ଦିର ପରିଦର୍ଶନ କରିବାକୁ ଆଗ୍ରହୀ। ଅବଶ୍ୟ ମୋ’ ପାଖରେ ଥିବା ଏହି ମଡେଲ ଅପେକ୍ଷା ଏହା ଅଧିକ ମହାନ ଏବଂ ସୁନ୍ଦର ହେବ।

The post ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ appeared first on Dharitri Odia News.