ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ
କଟକ : ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ I ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ୍ ରଖିଲେ ହାଇକୋର୍ଟ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଗମାଙ୍ଗ ଦାଖଲ କରିଥିବା ଅପିଲ ମଧ୍ୟ ଖାରଜ ହୋଇଛି । ପତ୍ନୀ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି । ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ […]

କଟକ : ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ I ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ୍ ରଖିଲେ ହାଇକୋର୍ଟ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଗମାଙ୍ଗ ଦାଖଲ କରିଥିବା ଅପିଲ ମଧ୍ୟ ଖାରଜ ହୋଇଛି । ପତ୍ନୀ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି । ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ସୂଚନା ଅନୁସାରେ, ୧୯୯୫ ମସିହା ଅଗଷ୍ଟ ୨୯ରେ ବିଧାୟକଙ୍କ ପତ୍ନୀ ଶଶୀରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଏମଏଲଏ କ୍ବାର୍ଟର୍ସରେ ଉଧାର କରାଯାଇଥିଲା । ଏହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୁଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇଥିଲା । ଖାରବେଳ ନଗର ଥାନା ପୋଲିସ ତଦନ୍ତ କରି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।
ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ରାମମୂର୍ତ୍ତି ଗମାଙ୍ଗଙ୍କୁ ୨୦୨୩ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡାଦେଶ ଦେଇଥିଲେ। ଏହି ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।