ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା

ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ। ଦୁହେଁ ମାଲକାନଗିରିରେ ପହଞ୍ଚିବ ପରେ ସୁଭାଷ ବୋଷ ଛକ ହନୁମାନ ମନ୍ଦିରଠାରେ ସହରବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ଶତାଧିକ ମହିଳା ଏବଂ ପୁରୁଷ ବାଦ୍ୟ ଏବଂ ନୃତ୍ୟ ସହ ଦିନେଶ ଓ […] The post ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା appeared first on Dharitri Odia News.

ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା

ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ। ଦୁହେଁ ମାଲକାନଗିରିରେ ପହଞ୍ଚିବ ପରେ ସୁଭାଷ ବୋଷ ଛକ ହନୁମାନ ମନ୍ଦିରଠାରେ ସହରବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ଶତାଧିକ ମହିଳା ଏବଂ ପୁରୁଷ ବାଦ୍ୟ ଏବଂ ନୃତ୍ୟ ସହ ଦିନେଶ ଓ ଲୁଲୁଙ୍କୁ ହନୁମାନ ମନ୍ଦିରରୁ ରାମ ମନ୍ଦିର ପର୍ଯ୍ୟନ୍ତ ଦୁଇ କି.ମି. ଏକ ଶୋଭାଯାତ୍ରାରେ ପଛୋଟି ଆଣିଥିଲେ।

ରାମଲାଲାଙ୍କୁ ଦର୍ଶନ ପାଇଁ ଦିନେଶ ଓ ଲୁଲୁଙ୍କ ପ୍ରତିଦିନ ୪୦ରୁ ୫୦ କି.ମି ପଦଯାତ୍ରା କରି ବହୁ ବାଧାବିଘ୍ନ ସତ୍ତ୍ୱେ ଛତିଶଗଡ଼, ମଧ୍ୟପ୍ରଦେଶ ଦେଇ ଗତ ୨୧ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଥିବା କହିଛନ୍ତି। ଏପରି କି ରାମଲାଲାଙ୍କୁ ଦର୍ଶନ କରିବାର ନିଆରା ଅନୁଭୁତି ଲୋକଙ୍କୁ କହିଥିଲେ। ଶୋଭାଯାତ୍ରାରେ ସମାଜୀକର୍ମୀ ଶ୍ରୀନିବାସ ରାଓ, ଶିକ୍ଷାବିତ ଶିବ ପ୍ରସାଦ କିର୍ତ୍ତନିଆଙ୍କ ସହ ଦଳଗତ ନିର୍ବିଶେଷରେ ବହୁ ସଂଖ୍ୟାରେ ରାମଭକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

The post ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା appeared first on Dharitri Odia News.