ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା

ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି। ମାର୍ଚ୍ଚ ପହିଲାରେ ହ୍ବାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା ବାଙ୍ଗାଲୋରର ଲୋକପ୍ରିୟ ରାମେଶ୍ୱରମ କାଫେରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଲୋକ ଆହତ ହୋଇଥିଲେ। ଜଣେ ବ୍ୟକ୍ତି କାଫେରେ ଛାଡ଼ିଯାଇଥିବା ଏକ ବ୍ୟାଗ୍‌ରେ ଥିବା ଆଇଇଡି […] The post ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା appeared first on Dharitri Odia News.

ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା

ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି।

ମାର୍ଚ୍ଚ ପହିଲାରେ ହ୍ବାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା ବାଙ୍ଗାଲୋରର ଲୋକପ୍ରିୟ ରାମେଶ୍ୱରମ କାଫେରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଲୋକ ଆହତ ହୋଇଥିଲେ। ଜଣେ ବ୍ୟକ୍ତି କାଫେରେ ଛାଡ଼ିଯାଇଥିବା ଏକ ବ୍ୟାଗ୍‌ରେ ଥିବା ଆଇଇଡି ଯୋଗୁ ବିସ୍ଫୋରଣ ହୋଇଥିବା ଜଣାପଡ଼ିଥିଲା। ତେବେ ସିସିଟିଭି ଫୁଟେଜ୍‌ରୁ ସନ୍ଦିଗ୍ଧଙ୍କୁ ମାସ୍କ ଲଗାଇ କାଫେରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ଏବେ ଏନଆଇଏ ପକ୍ଷରୁ ତାଙ୍କୁ ଧରିବା ଲାଗି ପୁରସ୍କାର ରାଶି ଘୋଷଣା କରାଯାଇଛି।

The post ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା appeared first on Dharitri Odia News.