ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ…
ଭୁବନେଶ୍ୱର,୨୪।୭:ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାଶନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବର୍ତ୍ତମାନ KYC ଅପଡେଟ କରାଯାଉଛି। ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି […] The post ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ… appeared first on Dharitri Odia News.
ଭୁବନେଶ୍ୱର,୨୪।୭:ମାସେ ଭିତରେ ନୂଆ ହିତାଧିକାରୀ ରାଶନ କାର୍ଡ ପାଇବେ। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାଶନ କାର୍ଡ ପାଇପାରନ୍ତି। ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବର୍ତ୍ତମାନ KYC ଅପଡେଟ କରାଯାଉଛି।
ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବା ସୂଚନା ମିଳିଛି।
The post ରାଶନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା: ମାସେ ଭିତରେ… appeared first on Dharitri Odia News.