ରାଶିଫଳ: ଗୁରୁବାର , ଜୁନ୍‌ ୨୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତିରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ମନ ହାଲୁକା ରହିବା ସହ ପାରିବାରିକ ଜୀବନ ହସଖୁସିରେ ବିତିବ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ବିରୋଧୀ ହୋଇପାରନ୍ତି। ଶିଳ୍ପ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ବୃଷ ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବଜନିତ କାବ୍ୟ, ଶାସ୍ତ୍ରବିନୋଦ କିମ୍ବା ଭୋଗବିଳାସରେ ସମୟ ଅତିବାହିତ ହେବ। ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। […] The post ରାଶିଫଳ: ଗୁରୁବାର , ଜୁନ୍‌ ୨୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର  , ଜୁନ୍‌ ୨୭  ତାରିଖ – Daily Horoscope
ମେଷ
ଅନୁକୂଳ ଗ୍ରହସ୍ଥିତିରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ମନ ହାଲୁକା ରହିବା ସହ ପାରିବାରିକ ଜୀବନ ହସଖୁସିରେ ବିତିବ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ବିରୋଧୀ ହୋଇପାରନ୍ତି। ଶିଳ୍ପ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବଜନିତ କାବ୍ୟ, ଶାସ୍ତ୍ରବିନୋଦ କିମ୍ବା ଭୋଗବିଳାସରେ ସମୟ ଅତିବାହିତ ହେବ। ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟ ବଢ଼ାଇବାକୁ ପଦକ୍ଷେପ ନେବେ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ, ଲେଖାପଢ଼ା, ଗବେଷଣା କ୍ଷେତ୍ରରୁ ସୁନାମ ମିଳିବ।
ମିଥୁନ
ମିଥୁନ
ଭାଗ୍ୟସ୍ଥାନରେ ଚନ୍ଦ୍ର ହେତୁ ଦିନସାରା ମୁହଁରେ ହସ ରହିବ ଏବଂ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ସାଧାରଣ କଥାରୁ ପରିବାରରେ ବିବାଦ ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ ଅନ୍ୟଥା ତାହା ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପଡ଼ିବ। ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବଢ଼ିପାରେ।
କର୍କଟ
କର୍କଟ
ସ୍ବଗୃହୀ କର୍ମାଧିପ ହେତୁ ମନ ଖୁସି ରଖିବା ସହ କର୍ମାରମ୍ଭ ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିବେ। ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ଡରିମରି କାମ କରିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ରାଶ୍ୟାଧିପତି ସୁସମ୍ପର୍କ ସ୍ଥାପନରେ ସହାୟକ ହେବେ। ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟା ସମାଧାନ ଏବଂ ଆଲୋଚନା କାଳରେ ସ୍ଥିର ନିଷ୍ପତ୍ତି ନେଇ କୃତକାର୍ଯ୍ୟ ହେବେ। ପ୍ରଥମେ ଯେଉଁ କାମ ଭଲ ଲାଗୁ ନ ଥିବ ପରକ୍ଷଣରେ ତାହା ପାଇଥିବାରୁ ଖୁସି ହେବେ। ଅର୍ଥଲାଭ ସହ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
କୋଣଭାବସ୍ଥ ଚନ୍ଦ୍ର କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବ ଏବଂ ପାରିବାରିକ ଶାନ୍ତିକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ। ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ମୁହଁରେ କ୍ରୋଧ ଜରଜର ହୋଇପାରନ୍ତି। ନିର୍ମାଣ କିମ୍ବା ଗୁରୁତ୍ୱପୂର୍ଣ୍ଣ କାମ ଲାଗି ଅର୍ଥାଭାବ ପରିଲକ୍ଷିତ ହେବ। ଦୀର୍ଘଦିନର ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ।
ତୁଳା
ତୁଳା
କୋଣଭାବସ୍ଥ ଚନ୍ଦ୍ର କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବ ଏବଂ ପାରିବାରିକ ଶାନ୍ତିକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ। ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ମୁହଁରେ କ୍ରୋଧ ଜରଜର ହୋଇପାରନ୍ତି। ନିର୍ମାଣ କିମ୍ବା ଗୁରୁତ୍ୱପୂର୍ଣ୍ଣ କାମ ଲାଗି ଅର୍ଥାଭାବ ପରିଲକ୍ଷିତ ହେବ। ଦୀର୍ଘଦିନର ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ।
ବିଛା
ବିଛା
ରାଶ୍ୟାଧିପତିଙ୍କ ପ୍ରଭାବରେ ପ୍ରତ୍ୟେକ କାମରେ ସିଦ୍ଧିଲାଭ ଏବଂ ଝମେଲା କରିଥିବା ଲୋକଟି ମିତ୍ରତା ପାଇଁ ହାତ ବଢ଼ାଇବ। ସୁହାଇଲା ଭଳି କଥା ଲୋକସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ। ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମିତ ହେବେ। ସରକାରୀ କାମ ଓ ପଦସ୍ଥଙ୍କ କ୍ଷେତ୍ରରୁ ଉପକୃତ ହେବାର ସୂଚନା ରହିଛି।
ଧନୁ
ଧନୁ
ଶନିଯୁକ୍ତ ଚନ୍ଦ୍ର ସମ୍ବନ୍ଧରୁ ଅନ୍ୟମାନଙ୍କ ଦ୍ୱାରା ଭୁଲ୍‌ ତଥ୍ୟର ଅବତାରଣାକୁ ପ୍ରବଳ ବିରୋଧକରି ଭଲ ସମ୍ପକର୍କୁ ହରାଇପାରନ୍ତି। ସଙ୍ଗଠନ, ରାଜନୀତି, ଗବେଷଣା ପାଇଁ ଦିନଟି ଭଲ। କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ଅର୍ଜନ କରିବେ। ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦରେ ପଶିଲେ କ୍ଷତିରେ ପଡ଼ିବେ।
ମକର
ମକର
ଅନୁକୂଳ ଗ୍ରହସ୍ଥିତିରୁ ମନୋବଳ ଟାଣ ରହିବ କିନ୍ତୁ ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ଦାଉ ସାଧିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ ପୂର୍ବକ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବା ସୂଚନା ରହିଛି। ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ। ସଭାସମିତି, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
କର୍ମାଧିପ ତୃତୀୟସ୍ଥ ଯୋଗୁ ବିଭିନ୍ନ ସମସ୍ୟା ରହିଥିଲେ ହେଁ ଆଜି କିଛି ଅସୁବିଧା ହେବନାହିଁ। ଶୁକ୍ରଙ୍କ ପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା ଅଦଳବଦଳ ହୋଇଯାଇପାରେ।
ମୀନମୀନ

ଦେବଗୁରୁ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରତ୍ୟେକ କାମ ସମ୍ପନ୍ନ ହୋଇପାରିବ। ତଥାପି କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ଚୁପ୍‌ଚୁପ୍‌ କଥା ମନକୁ ବିଚଳିତ କରିବ। ଶୁକ୍ରଙ୍କ ପ୍ରଭାବରେ କବିତ୍ୱ, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସୁନାମ ମିଳିବ। ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଏବଂ କର୍ମକ୍ଷେତ୍ର ସରଳ ଓ ସାବଲୀଳ ରହିବ।

The post ରାଶିଫଳ: ଗୁରୁବାର , ଜୁନ୍‌ ୨୭ ତାରିଖ – Daily Horoscope appeared first on Dharitri Odia News.