ରାଶିଫଳ: ବୁଧବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ଜଣେ ବନ୍ଧୁ ଆସି ବହୁତ କିଛି କହିବେ, ମାତ୍ର ଫେରିବା ବେଳକୁ ମନଦୁଃଖ କରି ଯିବେ। କଠିନ ଶ୍ରମ କିମ୍ବା ବିଶେଷ ଭ୍ରମଣ କାରଣରୁ କ୍ଲାନ୍ତି ଅନୁଭବ ହୋଇପାରେ। ଦ୍ୱିଜା ନକ୍ଷତ୍ର ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ ନେଇପାରନ୍ତି। ଶତ୍ରୁତା ଲାଗି ରହିଥିବା ବ୍ୟକ୍ତିମାନଙ୍କ ପ୍ରତି ନଜର ରଖି କାମ କରିବା ଭଲ ହେବ। ବୃଷ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁଦଉଡ଼ କରିବାକୁ ପଡ଼ିପାରେ। ସକାଳୁ ଦେଖା […] The post ରାଶିଫଳ: ବୁଧବାର, ଫେବୃଆରୀ ୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଫେବୃଆରୀ ୭ ତାରିଖ – Daily Horoscope
ମେଷ
ଜଣେ ବନ୍ଧୁ ଆସି ବହୁତ କିଛି କହିବେ, ମାତ୍ର ଫେରିବା ବେଳକୁ ମନଦୁଃଖ କରି ଯିବେ। କଠିନ ଶ୍ରମ କିମ୍ବା ବିଶେଷ ଭ୍ରମଣ କାରଣରୁ କ୍ଲାନ୍ତି ଅନୁଭବ ହୋଇପାରେ। ଦ୍ୱିଜା ନକ୍ଷତ୍ର ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ ନେଇପାରନ୍ତି। ଶତ୍ରୁତା ଲାଗି ରହିଥିବା ବ୍ୟକ୍ତିମାନଙ୍କ ପ୍ରତି ନଜର ରଖି କାମ କରିବା ଭଲ ହେବ।
ବୃଷ
ବୃଷ
ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁଦଉଡ଼ କରିବାକୁ ପଡ଼ିପାରେ। ସକାଳୁ ଦେଖା କରିବାକୁ କହିଥିବା ବ୍ୟକ୍ତିଟି ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ବନ୍ଧୁଙ୍କ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ରୋହିଣୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ଦୂରକୁ ଯିବାକୁ ପଡ଼ିପାରେ। ବନ୍ଧୁଙ୍କୁ କୌଣସି ଗୋପନ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ସଙ୍କୋଚବଶତଃ ପ୍ରକାଶ କରିପାରିବେ ନାହିଁ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ଅଶାନ୍ତ ରହିପାରନ୍ତି। ମୃଗଶିରା ନକ୍ଷତ୍ର ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିପାରନ୍ତି।
କର୍କଟ
କର୍କଟ
ପରିବାରରେ ମତଭେଦ ଘଟି କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗଭଳି ରହିବ ନାହିଁ। ମାଲିମକଦ୍ଦମାରେ, ବ୍ୟବସାୟରେ, ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ହୋଇପାରେ। ବନ୍ଧୁଙ୍କ ସବୁ କଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ। ଅଶ୍ଳେଷା ନକ୍ଷତ୍ରର ବାଣିଜ୍ୟ, ପରିବହନରେ ସମସ୍ୟା ଦେଖାଦେଇପାରେ।
ସି˚ହ
ସି˚ହ
ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଅନୁଭବ କରିବେ। ଗୃହକୁ ସୌଖୀନ ପଦାର୍ଥ ଆଣିବେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳିବନି। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କେତେକ ସମସ୍ୟା ସୁଧାରିବା ସକାଶେ କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆଜିର ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ସଭାସମିତିରେ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ନିଜ ପରିସରର ବ୍ୟକ୍ତିମାନଙ୍କ ସାହାଯ୍ୟକ୍ରମେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଚିତ୍ରା ନକ୍ଷତ୍ର ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଭଲ ରହି ନ ପାରେ। ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ସ୍ବାତୀ ନକ୍ଷତ୍ର ସକାଶେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଆଦର, ଗୌରବ ପାଇପାରିବେ ନାହିଁ।
ବିଛା
ବିଛା
ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ, ମାତ୍ର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାତେଇବେ। ଅନୁରାଧା ନକ୍ଷତ୍ର ସଭାସମିତିରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ବିଶିଷ୍ଟବ୍ୟକ୍ତିଙ୍କ ସାହାଯ୍ୟରୁ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ପ୍ରତିକୂଳ ସମୟ ଚାଲିଥିବାରୁ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରର କଳା, ସାହିତ୍ୟ, ସାମ୍ବାଦିକତାରେ ଅଗ୍ରଗତି ଘଟିବ। ପଡ଼ୋଶୀମାନେ ସାହାଯ୍ୟ ସକାଶେ ଅନୁରୋଧ କରିପାରନ୍ତି।
ମକର
ମକର
ପ୍ରତ୍ୟେକ କାମରେ କିଛିନା କିଛି ସମସ୍ୟା ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି କରିବେ।
କୁମ୍ଭ
କୁମ୍ଭ
ସକାଳୁ ସାମାନ୍ୟ ବଚସାଜନିତ ମନ ଖରାପ ହୋଇଯିବ। କୌଣସି ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯାଇପାରେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ପରୋକ୍ଷ ଶତ୍ରୁତା ହେତୁ କାମ ଶୃଙ୍ଖଳିତ ହେବାର ଆଶା କ୍ରମଶଃ ମଉଳିଯିବାର ସୂଚନା ରହିଛି।
ମୀନମୀନ

ଆଜି ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସାଙ୍ଗକୁ ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ଜମିଜମା କାରବାର, ଗୃହ ନିର୍ମାଣ, ବାଣିଜ୍ୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ। ଆଲୋଚନା ପରିସରରେ ବନ୍ଧୁଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ହୋଇପାରେ। କଠିନଶ୍ରମ ଓ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।

The post ରାଶିଫଳ: ବୁଧବାର, ଫେବୃଆରୀ ୭ ତାରିଖ – Daily Horoscope appeared first on Dharitri Odia News.