ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ ଏବଂ ମୂଲ୍ୟବାନ ଜିନିଷ ଲାଭ ଯୋଗ ରହିଛି। ପାରିବାରିକ ପରିସ୍ଥିତି ଅଶାନ୍ତ ରହିବା ସହ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ। ଦ୍ୱିଜା ନକ୍ଷତ୍ରର କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତି ଉନ୍ନତ ରହିବ। ବୃଷ କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। କୈାଣସି ନୂତନ କର୍ମାରମ୍ଭ କରିବେ, ଯାହାକି ଆପଣଙ୍କ ସକାଶେ ହିତକର […] The post ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope
ମେଷ
ଆଜି କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ ଏବଂ ମୂଲ୍ୟବାନ ଜିନିଷ ଲାଭ ଯୋଗ ରହିଛି। ପାରିବାରିକ ପରିସ୍ଥିତି ଅଶାନ୍ତ ରହିବା ସହ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ। ଦ୍ୱିଜା ନକ୍ଷତ୍ରର କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତି ଉନ୍ନତ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। କୈାଣସି ନୂତନ କର୍ମାରମ୍ଭ କରିବେ, ଯାହାକି ଆପଣଙ୍କ ସକାଶେ ହିତକର ହେବ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ମୃଗଶିରା ନକ୍ଷତ୍ରର ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମିଥୁନ
ମିଥୁନ
ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କର ଅନୁକମ୍ପାଜନିତ ଅର୍ଥଲାଭର ସୂଚନା ରହିଛି। ଆପଣଙ୍କ ଯୁକ୍ତିର ସତ୍ୟତା ଥିଲେ ମଧ୍ୟ ତାହା କେତେକଙ୍କୁ ପସନ୍ଦ ଆସି ନ ପାରେ। ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। କିନ୍ତୁ ସତର୍କତା କିମ୍ବା ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
କର୍କଟ
କର୍କଟ
ଆପଣଙ୍କ ଅନ୍ତର୍ନିହିତ ଦୁର୍ବଳତା ଜାଣିଲେ ମଧ୍ୟ ବନ୍ଧୁମାନେ ମୁହଁରେ କିଛି କହିବେ ନାହିଁ। ସ୍ବାସ୍ଥ୍ୟ ପ୍ରତି ଯନତ୍ବାନ ନ ହେଲେ ଅସୁବିଧାର ସମ୍ମୁଖୀନ ହେବେ। ପୁଷ୍ୟା ନକ୍ଷତ୍ର ଦୀର୍ଘଦିନରୁ ଆଶା କରିଥିବା କାୈଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଅତି ଭଲ ସମ୍ପର୍କ ରହିଥିବା ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ କୈାଶଳରେ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ଆନୁଷ୍ଠାନିକ କାମରେ ତଥା ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ପୂର୍ବାଫାଲଗୁନୀ ମାଲିମକଦ୍ଦମା, ଚୁକ୍ତିପତ୍ର, ରପ୍ତାନି ବାଣିଜ୍ୟରେ ଉନ୍ନତ ଫଳ ପାଇବେ।
କନ୍ୟା
ଆଜି କୈାଣସି ଗୋଟିଏ ସ୍ଥାନରେ ସ୍ଥିରହୋଇ ରହିପାରିବେ ନାହିଁ। ହସ୍ତା ନକ୍ଷତ୍ର ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମନବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାର କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ମତକୁ ଅଗ୍ରାଧିକାର ଦେଲେ ସଫଳତା ପାଇପାରନ୍ତି। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ।
ତୁଳା
ତୁଳା
ବିଶାଖା ନକ୍ଷତ୍ର ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କଲେ ବିଳମ୍ବରେ ଲକ୍ଷ୍ୟ ହାସଲ କରିପାରିବେ। ଦୂରଯାତ୍ରା, ବାଣିଜ୍ୟ, ଜମିଜମା କ୍ଷେତ୍ରରେ ଉନ୍ନତି କରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ ମାର୍ଗ ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ବିଭିନ୍ନ ଯୋଜନା ବନେଇଲେ ମଧ୍ୟ ଅଧିକାଂଶ ଓଲଟପାଲଟ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ରର କୌଣସି କାମ ସହଜରେ କିମ୍ବା ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବା କଷ୍ଟକର ହେବ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢାଇଦେବ। କର୍ମକ୍ଷେତ୍ର କିମ୍ବା ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ମୂଳା ନକ୍ଷତ୍ରର ପରିସ୍ଥିତି ବଦଳି ଯାଇଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ନିକଟସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ସମସ୍ୟାର ସମଧାନ ହୋଇଯିବ।
ମକର
ମକର
ଯାହା ଚାହୁଁଛନ୍ତି ତାହା ପାଇବେ, ମାତ୍ର ଏଥିପାଇଁ ଅର୍ଥବ୍ୟୟ କରିବାକୁ ପଡିପାରେ। ପ୍ରାତଃ ଯାତ୍ରା ପ୍ରୀତିପ୍ରଦ ରହିବ ଓ କୌଣସି କର୍ମାରମ୍ଭ କରିପାରନ୍ତି। ପରିବାରରେ ବନ୍ଧୁମାନଙ୍କ ସହ ମାଙ୍ଗଳିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ। ଶ୍ରବଣା ନକ୍ଷତ୍ର ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ଥିତି ଭଲ ରହିବା ଫଳରେ ପ୍ରତ୍ୟେକ କାମରେ ଜନସମର୍ଥନ କାମକୁ ଆଗକୁ ନେବାରେ ସହାୟକ ହେବ। ପରିବାରର ଆବଶ୍ୟକତା ସକାଶେ ଧାର ଉଧାର କରିବାକୁ ପଡିପାରେ। ଶତଭିଷା ନକ୍ଷତ୍ର ଶିକ୍ଷାରେ ସଫଳତା ଲାଭକରିବେ। ସାମାଜିକ ସ୍ତରରେ ବ୍ୟବସାୟ, ରେଷ୍ଟୁରାଣ୍ଟ, ଶିଳ୍ପ, କଳା, ସ୍ଥାପତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମୀନମୀନ

ପ୍ରତ୍ୟେକ କାମକୁ ସମସ୍ୟାମୁକ୍ତ କରାଇବାରେ ସାହାଯ୍ୟକାରୀ ହୋଇପାରିବ। କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ ଓ ଆଶା ପୂରଣ ମଧ୍ୟ ହୋଇଯିବ। ରେବତୀ ନକ୍ଷତ୍ର ଈର୍ଷାପରାୟଣ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। ପ୍ରତ୍ୟେକ ସ୍ତରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

The post ରାଶିଫଳ: ସୋମବାର, ଜୁଲାଇ ୮ ତାରିଖ – Daily Horoscope appeared first on Dharitri Odia News.