ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହୋଇଗଲେ ରୋଗୀ

କଳାହାଣ୍ଡି,୦୩/୦୪-ଫେଲ ମାରିଛି ନେତାଙ୍କ ପ୍ରତିଶ୍ରୁତି।ଫେଲ ମାରିଛି ତମାମ ସରକାରୀ ଯୋଜନା। ଆଜି ଯାଏଁ ଅନେକ ଗାଁକୁ ପହଞ୍ଚି ପାରିନି ମୌଳିକ ସୁବିଧା। ତିଆରି ହୋଇପାରିନି ରାସ୍ତା। ନିର୍ମାଣ ହୋଇପାରିନି ପୋଲ। କାଗଜପତ୍ରରେ କିନ୍ତୁ ବିକାଶର ଲମ୍ବା ଚିଠା, ଲମ୍ବା ଫର୍ଦ୍ଦ।ଲୋକେ ମୁଣ୍ଡ କୋଡ଼ି, ଛାତି ବାଡ଼େଇ କହୁଛନ୍ତି ହାୟ ବିକାଶ। ହାୟ ହାୟ ବିକାଶ। ଏଭଳି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୧୪୬ରୁ ଉର୍ଦ୍ଧ୍ୱ ଗାଁ ଅପହଞ୍ଚ ହୋଇ ରହିଥିବାବେଳେ ଆଜି ରାସ୍ତା ଅଭାବରୁ […] The post ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହୋଇଗଲେ ରୋଗୀ appeared first on Odisha.News.

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହୋଇଗଲେ ରୋଗୀ

କଳାହାଣ୍ଡି,୦୩/୦୪-ଫେଲ ମାରିଛି ନେତାଙ୍କ ପ୍ରତିଶ୍ରୁତି।ଫେଲ ମାରିଛି ତମାମ ସରକାରୀ ଯୋଜନା। ଆଜି ଯାଏଁ ଅନେକ ଗାଁକୁ ପହଞ୍ଚି ପାରିନି ମୌଳିକ ସୁବିଧା। ତିଆରି ହୋଇପାରିନି ରାସ୍ତା। ନିର୍ମାଣ ହୋଇପାରିନି ପୋଲ। କାଗଜପତ୍ରରେ କିନ୍ତୁ ବିକାଶର ଲମ୍ବା ଚିଠା, ଲମ୍ବା ଫର୍ଦ୍ଦ।ଲୋକେ ମୁଣ୍ଡ କୋଡ଼ି, ଛାତି ବାଡ଼େଇ କହୁଛନ୍ତି ହାୟ ବିକାଶ। ହାୟ ହାୟ ବିକାଶ। ଏଭଳି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୧୪୬ରୁ ଉର୍ଦ୍ଧ୍ୱ ଗାଁ ଅପହଞ୍ଚ ହୋଇ ରହିଥିବାବେଳେ ଆଜି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇପାରିଲାନି ବୋଲି ଜଣେ ଗୁରୁତର ରୋଗୀଙ୍କୁ ଦୁଇ କିମି ଦୂର ଖଟିଆରେ ବୁହାହୋଇ ନେବାପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି। ଏଭଳି ଏକ ଘଟଣା ଆଜି ବିକାଶର ରଙ୍ଗୀନ ଚିତ୍ରକଳ୍ପକୁ ଫିକା କରିଦେଇଛି। ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ବଡ଼ ସେମେଲପଦର ଗାଁର ଭୁବନେ ମାଝୀଙ୍କ ପୁଅ ଡମେ ମାଝୀ ଆଜି ଅପରାହ୍ନରେ ନିଜ ଚାଷଜମିରେ ଏକ କାଠ କାଠୁଥିବାବେଳେ ଗଛର ଏକ ଶାଖା ଛିଣ୍ଡି ତାଙ୍କ ଡାହାଣ ଗୋଡ଼ରେ ପଡ଼ିଥିଲା। ଏଥିରେ ଡମେଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଏବଂ ଏକ ଛୋଟନାଳ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକିଥିଲା। ଫଳରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗୁରୁତର ଡମେଙ୍କୁ ଏକ ଖଟିଆରେ ବୋହି ଦୁଇକିମି ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଖଣ୍ଡିଏ ନଥିବାରୁ ଆଦିବାସୀ ବହୁଳ ବଡ଼ ସେମେଲପଦର ଗାଁର ଲୋକେ ଏଭଳି ଦହଗଞ୍ଜର ଶିକାର ହେଉଥିବାବେଳେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନଥିବାରୁ ନିରାଶା ବ୍ୟକ୍ତ କରିଛନ୍ତି। ଅଂଚଳର ସମସ୍ୟା ସବୁକୁ ଆଖି ବୁଜି ଦେଇଥିବା ନେତା ଓ ଜନ ପ୍ରତିନିଧିମାନଙ୍କୁ ଏଥର କଡ଼ାଗଣ୍ଡା ହିସାବ ମଗାଯିବ ବୋଲି ଗାଁର ୱାର୍ଡସଭ୍ୟ ଘାସିରାମ ମାଝୀ, ଦୁଃଖୁ ମାଝୀ, ରାଜେଶ ମାଝୀ, ଶିବ ମାଝୀ, ସୁନ୍ଦରୀ ମାଝୀ, ସ୍ୱପ୍ନା ମାଝୀଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

The post ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୨ କିମି ଖଟିଆରେ ବୁହାହୋଇଗଲେ ରୋଗୀ appeared first on Odisha.News.