ରାସ୍ତା ପାଖ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୩ ଆହତ
ଜଳେଶ୍ୱର ୨୯/୦୭: ରାସ୍ତା ପାର୍ଶ୍ୱରେ ଗଛକୁ ଧକ୍କାଦେଲା ଯାତ୍ରୀବାହୀ ବସ୍ ୧୩ ଆହତ । ଆହତମାନେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ । ସୋମବାର ସକାଳ ସମୟରେ (ସାଗର ସମୀର )ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ବସ୍ର ଆଗ ଚକ ଫାଟି ଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଇଥିଲା । ଧକ୍କା ଦେବାରୁ ବସ୍ର ସାମ୍ନା ପାଖଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଘଟଣା ସ୍ଥଳରେ ଡ୍ରାଇଭର ଚାପି ହୋଇ ଯାଇଥିଲା ବେଳେ ୭ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ଉଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଜଳେଶ୍ୱର ୨୯/୦୭: ରାସ୍ତା ପାର୍ଶ୍ୱରେ ଗଛକୁ ଧକ୍କାଦେଲା ଯାତ୍ରୀବାହୀ ବସ୍ ୧୩ ଆହତ । ଆହତମାନେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ । ସୋମବାର ସକାଳ ସମୟରେ (ସାଗର ସମୀର )ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ବସ୍ର ଆଗ ଚକ ଫାଟି ଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଇଥିଲା । ଧକ୍କା ଦେବାରୁ ବସ୍ର ସାମ୍ନା ପାଖଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।
ଘଟଣା ସ୍ଥଳରେ ଡ୍ରାଇଭର ଚାପି ହୋଇ ଯାଇଥିଲା ବେଳେ ୭ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ଉଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।