ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା। ରାସ୍ତାରେ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକେ ଛୁଆର କାନ୍ଦ ଶୁଣି ଅଟକି ଯାଇଥିଲେ। ଆଉ ଖୋଜାଖୋଜି କରିବା ପରେ ଏକ ବ୍ୟାଗ୍‌ରୁ କାନ୍ଦ ଶୁଭୁଥିବା ଦେଖି ସ୍ଥାନୀୟ ଲୋକେ ସେଇ ବ୍ୟାଗକୁ ଖୋଲିଥିଲେ। ଯାହା ପରେ ସେଥିରେ ଏକ ନବଜାତ ଶିଶୁକନ୍ୟା ଥିବା ଦେଖିବାକୁ ପାଇଥିଲେ। ଶିଶୁକନ୍ୟାଟିକୁ ଉଦ୍ଧାର […] The post ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା appeared first on Dharitri Odia News.

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା। ରାସ୍ତାରେ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକେ ଛୁଆର କାନ୍ଦ ଶୁଣି ଅଟକି ଯାଇଥିଲେ। ଆଉ ଖୋଜାଖୋଜି କରିବା ପରେ ଏକ ବ୍ୟାଗ୍‌ରୁ କାନ୍ଦ ଶୁଭୁଥିବା ଦେଖି ସ୍ଥାନୀୟ ଲୋକେ ସେଇ ବ୍ୟାଗକୁ ଖୋଲିଥିଲେ। ଯାହା ପରେ ସେଥିରେ ଏକ ନବଜାତ ଶିଶୁକନ୍ୟା ଥିବା ଦେଖିବାକୁ ପାଇଥିଲେ। ଶିଶୁକନ୍ୟାଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଳରେ ଭର୍ତ୍ତି କରିଥିଲେ। ଏହି ଘଟଣା ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

 

The post ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା appeared first on Dharitri Odia News.