ରାହୁଲଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ସେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାଦ୍ୱାରା ଭାଜପା […] The post ରାହୁଲଙ୍କୁ ମିଳିଲା ବେଲ୍‌ appeared first on Dharitri Odia News.

ରାହୁଲଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ କର୍ନାଟକ ବିଧାନସଭା ନିର୍ବାଚନ ସମୟରେ ସେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ସଭାପତି ତଥା ବର୍ତ୍ତମାନର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାଦ୍ୱାରା ଭାଜପା ନେତା ତଥା ପୂର୍ବତନ ସମବାୟ ଅଧ୍ୟକ୍ଷ ବିଜୟ ମିଶ୍ର ସିଭିଲ କୋର୍ଟର ଏମପି-ଏମଏଲଏ କୋର୍ଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ତେଣୁ ସେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ଅଭିଯୋଗ ଦାଖଲ କରିଥିବା ବିଜୟ ମିଶ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ଏକ ଜାତୀୟ ଦଳର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ସେ ଅମିତ ଶାହାଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଦ୍ୱାରା ସେ ଆହତ ହୋଇଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀ ମଙ୍ଗଳବାର କୋର୍ଟରେ ଉପସ୍ଥିତ ହୋଇଥିଲେ।

The post ରାହୁଲଙ୍କୁ ମିଳିଲା ବେଲ୍‌ appeared first on Dharitri Odia News.