ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ: ବିହାର ଯାଇଛି ସମ୍ବଲପୁର ପୁଲିସ୍ ଟିମ୍
ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲାରେ ଧିରେ ଧିରେ ଗୁମର ଫୁଟୁଛି। ଜେଲ ଭିତରେ ଥାଇ ବି କିପରି ଘଟଣାର ମାଷ୍ଟର ମାଇଣ୍ଡ ବାହାରେ ଏଭଳି ଯୋଜନା କରୁଥିଲା। ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି […]

ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲାରେ ଧିରେ ଧିରେ ଗୁମର ଫୁଟୁଛି। ଜେଲ ଭିତରେ ଥାଇ ବି କିପରି ଘଟଣାର ମାଷ୍ଟର ମାଇଣ୍ଡ ବାହାରେ ଏଭଳି ଯୋଜନା କରୁଥିଲା। ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି।
ସୂଚନାଯୋଗ୍ୟ, ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି। ବିଭିନ୍ନ ଭାଗରେ ବିଭକ୍ତ ହୋଇଥିବା ସମ୍ବଲପୁର ପୁଲିସର ଟିମ୍ ବର୍ତ୍ତମାନ ବାହାର ରାଜ୍ୟରେ ରହି ତଦନ୍ତ ଜାରି ରଖିଥିବା ଏସ୍ଡିପିଓ କହିଛନ୍ତି।