ରିମାଣ୍ଡରେ ଯିବ ରାଜା ଚକ୍ର, ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁର ଆବେଦନ

ବାଲେଶ୍ୱର ୧୮/୦୩: ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।  ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର। ଗତ ୧୩ ତାରିଖରେ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ ।ସୂଚନା ଥାଉକି, କୋର୍ଟରେ ହାଜର ହେବା ପରେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ରାଜା ଚକ୍ରଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ହାଜର ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା ଇଓଡବ୍ଲୁ । also read...ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା, ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ରବେଶ କିଛି ବର୍ଷ ଧରି ବିଜେଡି ଛତ୍ର ଛାୟାରେ କଳାସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର ।  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା  । ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ ।

ରିମାଣ୍ଡରେ ଯିବ ରାଜା ଚକ୍ର, ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁର ଆବେଦନ

ବାଲେଶ୍ୱର ୧୮/୦୩: ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।  ୫ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର। ଗତ ୧୩ ତାରିଖରେ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ ।

ସୂଚନା ଥାଉକି, କୋର୍ଟରେ ହାଜର ହେବା ପରେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ରାଜା ଚକ୍ରଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ହାଜର ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା ଇଓଡବ୍ଲୁ । 

also read...

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲା, ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର

ବେଶ କିଛି ବର୍ଷ ଧରି ବିଜେଡି ଛତ୍ର ଛାୟାରେ କଳାସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର ।  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା  । ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ ।