ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକ-ଯୁବତୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ମଧ୍ୟରେ ଏକ ସହଯୋଗିତା ସ୍ଥାପନ ହୋଇଛି । ଏଥିରେ ୫ ଲକ୍ଷ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍‌‌ଟେକ୍‌‌, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି-ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ ଏହି ସହଯୋଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ । ରିଲାଏନ୍ସ ଫାଉଣ୍ଡେସନର "ଡିଜିଟାଲ ଫରୱାର୍ଡ ଆପ୍ରୋଚ୍‌‌" ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି । Also read- ବିଶ୍ୱର ବୃହତମ ଗ୍ରୀନ ଏନର୍ଜୀ ପାର୍କରୁ ବିଜୁଳି ଉତ୍ପାଦନ ଆରମ୍ଭ; ୧.୬ କୋଟି ଘରକୁ ଯୋଗାଇ ହେବ ବିଜୁଳି ଏହି ଅବସରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ଏବେ ଆଦୌ ଅଟକିବ ନାହିଁ । ପୁନଃ ଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିଜର ଦକ୍ଷତା ବିକ

ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକ-ଯୁବତୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ମଧ୍ୟରେ ଏକ ସହଯୋଗିତା ସ୍ଥାପନ ହୋଇଛି । ଏଥିରେ ୫ ଲକ୍ଷ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍‌‌ଟେକ୍‌‌, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି-ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ ଏହି ସହଯୋଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ । ରିଲାଏନ୍ସ ଫାଉଣ୍ଡେସନର "ଡିଜିଟାଲ ଫରୱାର୍ଡ ଆପ୍ରୋଚ୍‌‌" ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

Also read- ବିଶ୍ୱର ବୃହତମ ଗ୍ରୀନ ଏନର୍ଜୀ ପାର୍କରୁ ବିଜୁଳି ଉତ୍ପାଦନ ଆରମ୍ଭ; ୧.୬ କୋଟି ଘରକୁ ଯୋଗାଇ ହେବ ବିଜୁଳି

ଏହି ଅବସରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ଏବେ ଆଦୌ ଅଟକିବ ନାହିଁ । ପୁନଃ ଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିଜର ଦକ୍ଷତା ବିକାଶ ପାଇଁ ସୁବିଧା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯାଉଛି । ବୈଷୟିକ ଜ୍ଞାନକୌଶଳ, ବ୍ୟାପକତା, ସ୍ଥାୟିତ୍ୱ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତୀୟ କର୍ମବୀରମାନେ କେବଳ ଦେଶର ଚାହିଦା ପୂରଣ କରିବେ ନାହିଁ ବରଂ ବିଶ୍ୱସ୍ତରରେ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବ।

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଶ୍ରୀ ଜଗନ୍ନାଥ କୁମାର କହିଛନ୍ତି ଯେ, “ଭାରତରେ ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ରହିଛି ଏବଂ ସେମାନଙ୍କୁ 'ଭବିଷ୍ୟତ ପାଇଁ ପ୍ରସ୍ତୁତ' ଦକ୍ଷତା ପ୍ରଦାନ କରିବାକୁ ଆମେ ପ୍ରୟାସ କରୁଛୁ । ରିଲାଏନ୍ସ ଫାଉଣ୍ଡେସନର ଆମେ ବିଶ୍ୱାସ କରୁ ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଏହି ସହଯୋଗିତା ଏକ ଅନନ୍ୟ ପଦକ୍ଷେପ । ଏନଏସଡିସି ସହିତ ଏହି ସହଯୋଗିତା ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ ଯାହା ଦ୍ୱାରା ସେମାନେ ପରିବର୍ତ୍ତନଶୀଳ କାର୍ଯ୍ୟ ପ୍ରଣାଳୀ ଏବଂ ସୁଯୋଗ ସହିତ ସମତାଳରେ ଯୋଜନା ପ୍ରସ୍ତୁତ କରିପାରିବେ । ରିଲାଏନ୍ସ ଫାଉଣ୍ଡେସନ ଏବଂ ଏନଏସଡିସି ସମାନ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟ ସହିତ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକତ୍ରୀତ ହୋଇଛନ୍ତି ।’’

Also read- ବ୍ରିଟେନ୍‌ର ଅର୍ଥନୀତିକୁ ଶକ୍ତ ଝଟ୍‌କା; ଆକଳନ ଠାରୁ ବି କମିଲା ଦେଶର ଜିଡିପି; ସୁନକଙ୍କୁ ଘାରିଲା ଚୌକି ଚିନ୍ତା

ଉଚ୍ଚମାନର ପାଠ୍ୟକ୍ରମ ଡିଜାଇନ୍ ଏବଂ ବିକାଶ; ଛାତ୍ରଛାତ୍ରୀଙ୍କ ପାଇଁ ସେବା ଉପଲବ୍ଧ କରାଇବା ; ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ; ସହଯୋଗୀମାନଙ୍କ ସହଯୋଗ; ଏଆଇ ସହାୟତାପ୍ରାପ୍ତ ଅନଲାଇନ୍ ମୂଲ୍ୟାୟନ, ସାର୍ଟିଫିକେସନ୍ ଏବଂ ଶିଳ୍ପ ଆଧାରିତ ନିୟୋଜନ ଭଳି କାର୍ଯ୍ୟକ୍ରମ ଏହି ସହଯୋଗିତା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି । ଅବହେଳିତ ଏବଂ ଯୁବକଯୁବତୀମାନଙ୍କୁ ଉନ୍ନତ ଜୀବିକା ଏବଂ ନୂତନ ସୁଯୋଗ ପ୍ରଦାନ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କାର୍ଯ୍ୟ କରୁଛି । ଏନଏସଡିସି ସହ ଏହି ସହଯୋଗିତା ସେ ଦିଗରେ ଆଉ ଏକ ପଦକ୍ଷେପ ।

The post ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକ-ଯୁବତୀ appeared first on Prameya News7.