ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪, ଓଡ଼ିଶାରୁ ୧୨୧ ଛାତ୍ରଛାତ୍ରୀଙ୍କୁ ଚୟନ
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଶନିବାର ଏହି ଶିକ୍ଷାବୃତ୍ତିର ଫଳାଫଳ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ପାଇଁ ଭାରତର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୁକ୍ତୀକରଣ ସମ୍ପନ୍ନ ଏବଂ ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ଏବଂ ସେମାନେ ଏକ ଦୃଢ଼ ଆଲୁମିନି ନେଟ୍ୱର୍କର ଅଂଶ ହେବାର ସୁଯୋଗ ପାଇପାରିବେ । ସେପଟେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ । ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍-କମ୍-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଆପ୍ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା ଏହି ଛ
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଶନିବାର ଏହି ଶିକ୍ଷାବୃତ୍ତିର ଫଳାଫଳ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ପାଇଁ ଭାରତର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୁକ୍ତୀକରଣ ସମ୍ପନ୍ନ ଏବଂ ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ଏବଂ ସେମାନେ ଏକ ଦୃଢ଼ ଆଲୁମିନି ନେଟ୍ୱର୍କର ଅଂଶ ହେବାର ସୁଯୋଗ ପାଇପାରିବେ । ସେପଟେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।
ଭାରତର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ । ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍-କମ୍-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଆପ୍ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚୟନ ହୋଇଥିବା ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ଘରୋଇ ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି । ଛାତ୍ରଛାତ୍ରୀ ନିଜ ଆବେଦନର ଫଳାଫଳ ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.reliancefoundation.org ରୁ ଜାଣିପାରିବେ ।
ଶିକ୍ଷା, ଉତ୍କର୍ଷତା ଏବଂ ଉଦ୍ଭାବନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଛାତ୍ରଛାତ୍ରୀମାନଙ୍କ ଏକ ଶକ୍ତିଶାଳୀ, ବିବିଧ, ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ ଗୋଷ୍ଠୀ ଚୟନ ସୁନିଶ୍ଚିତ କରିବା ସହ ଯୁବକଯୁବତୀମାନଙ୍କ ସାମର୍ଥ୍ୟକୁ ଉନ୍ମୋଚିତ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ଯାହା ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସହାୟକ ହେବ । ବର୍ତମାନ ସୁଦ୍ଧା ୨୩,୧୩୬ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷାବୃତ୍ତି ପାଇଥିବା ବେଳେ ସେଥି ମଧ୍ୟରେ ୪୮ ପ୍ରତିଶତ ବାଳିକା ଓ ୩୦୦୧ ଜଣ ଭିନ୍ନକ୍ଷମ ଏବଂ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ରହିଛନ୍ତି ।
ଆହୁରି ପଢ଼ନ୍ତୁ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ
ବାଣିଜ୍ୟ, କଳା, ବ୍ୟବସାୟ/ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ବିଜ୍ଞାନ, ଭେଷଜ, ଆଇନ, ଶିକ୍ଷା, ଆତିଥ୍ୟ, ସ୍ଥାପତ୍ୟ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ୟୁଜି ଡିଗ୍ରି ସମେତ ସମସ୍ତ ବିଷୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷ ଏଥିରେ ସାମିଲ କରାଯାଇଛି ।
The post ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪, ଓଡ଼ିଶାରୁ ୧୨୧ ଛାତ୍ରଛାତ୍ରୀଙ୍କୁ ଚୟନ appeared first on Prameya News7.