ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୧୪ ମୃତ

କିଭ୍: ୟୁକ୍ରେନ୍ ଉପରେ ରୁଷ୍ ପୁଣିଥରେ ଆକ୍ରମଣ ଜୋରଦାର କରିଛି। ଉତ୍ତର ୟୁକ୍ରେନ୍ ସହର ଚେର୍ନିହିଭ୍ରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୧୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପରେ ଧ୍ବସ୍ତ ଅଞ୍ଚଳର ପ୍ରକାଶିତ ଫଟୋରେ ଏକାଧିକ ବହୁତଳ କୋଠା ଧ୍ବଂସସ୍ତୁପରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି ଯେ ସେମାନଙ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିରୋଧ କରିବାକୁ ଆବଶ୍ୟକ ଅସ୍ତ୍ରର ଅଭାବ […]

ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୧୪ ମୃତ

କିଭ୍: ୟୁକ୍ରେନ୍ ଉପରେ ରୁଷ୍ ପୁଣିଥରେ ଆକ୍ରମଣ ଜୋରଦାର କରିଛି। ଉତ୍ତର ୟୁକ୍ରେନ୍ ସହର ଚେର୍ନିହିଭ୍ରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ୧୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଆକ୍ରମଣ ପରେ ଧ୍ବସ୍ତ ଅଞ୍ଚଳର ପ୍ରକାଶିତ ଫଟୋରେ ଏକାଧିକ ବହୁତଳ କୋଠା ଧ୍ବଂସସ୍ତୁପରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି ଯେ ସେମାନଙ୍କ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିରୋଧ କରିବାକୁ ଆବଶ୍ୟକ ଅସ୍ତ୍ରର ଅଭାବ ରହିଛି। ଫଳରେ ଚେର୍ନିହିଭ୍ ଉପରେ ମାଡ଼ ହୋଇଥିବା ତିନିଟି କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରାଯାଇ ପାରିନଥିଲା। ୟୁକ୍ରେନ୍ର ଆଭ୍ୟନ୍ତରୀଣ ମନ୍ତ୍ରୀ ଇଗୋର କ୍ଲେମେନ୍କୋ କହିଛନ୍ତି ଯେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଭଙ୍ଗା କୋଠା ମଧ୍ୟରେ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ଅନେକ ଯାନବାହନ ନଷ୍ଟ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।