ରେଳ ଷ୍ଟେସନରେ ଅଲୋଡ଼ା କୁଲି, ଦୈନିକ ୧୦୦ ଟଙ୍କା ରୋଜଗାର କରିବା କାଠିକର ପାଠ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆଧୁନିକ ପରିବହନ ସାମଗ୍ରୀ ଓ ବ୍ୟବସ୍ଥା ଯୋଗୁଁ କୁଲିଙ୍କ ବେଉସା ପ୍ରଭାବିତ ହୋଇଛି। ଏକଦା ପ୍ଲାଟ୍‌‌ଫର୍ମରେ ସାମଗ୍ରୀ ବୋହି ପରିବାର ପ୍ରତିପୋଷଣ କରୁଥିବା ଏହି କୁଲିମାନେ ଦିନକୁ ଶହେ ଟଙ୍କା ରୋଜଗାର କରିବା ମଧ୍ୟ କାଠିକର ପାଠ ହୋଇପଡ଼ିଛି। ଫଳରେ ଦିନକୁ ଦିନ କୁଲିଙ୍କ ସଂଖ୍ୟା କମି ଆସୁଥିବା ବେଳେ ଅନେକ ବେଉସା ବଦଳାଇବାରେ ଲାଗିଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ୮୦ ଜଣ ଲାଇସେନ୍ସପ୍ରାପ୍ତ କୁଲି କାର୍ଯ୍ୟରତ ଅଛନ୍ତି। ସକାଳୁ […]

ରେଳ ଷ୍ଟେସନରେ ଅଲୋଡ଼ା କୁଲି, ଦୈନିକ ୧୦୦ ଟଙ୍କା ରୋଜଗାର କରିବା କାଠିକର ପାଠ
coolie

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆଧୁନିକ ପରିବହନ ସାମଗ୍ରୀ ଓ ବ୍ୟବସ୍ଥା ଯୋଗୁଁ କୁଲିଙ୍କ ବେଉସା ପ୍ରଭାବିତ ହୋଇଛି। ଏକଦା ପ୍ଲାଟ୍‌‌ଫର୍ମରେ ସାମଗ୍ରୀ ବୋହି ପରିବାର ପ୍ରତିପୋଷଣ କରୁଥିବା ଏହି କୁଲିମାନେ ଦିନକୁ ଶହେ ଟଙ୍କା ରୋଜଗାର କରିବା ମଧ୍ୟ କାଠିକର ପାଠ ହୋଇପଡ଼ିଛି। ଫଳରେ ଦିନକୁ ଦିନ କୁଲିଙ୍କ ସଂଖ୍ୟା କମି ଆସୁଥିବା ବେଳେ ଅନେକ ବେଉସା ବଦଳାଇବାରେ ଲାଗିଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ୮୦ ଜଣ ଲାଇସେନ୍ସପ୍ରାପ୍ତ କୁଲି କାର୍ଯ୍ୟରତ ଅଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସେବା ଯୋଗାଇବାକୁ ଦିନ ତମାମ ଅପେକ୍ଷା କରିଥାନ୍ତି। ପୂର୍ବରୁ ରେଳ ଷ୍ଟେସନଗୁଡ଼ିକରେ କୁଲି ମିଳୁ ନ ଥିଲେ ଏବଂ ରେଳବାଇ ପକ୍ଷରୁ କୁଲିମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଥିଲା। କୁଲିମାନେ ଷ୍ଟେସନଗୁଡ଼ିକରେ ପାର୍ସଲ କାମ, ଜିନିଷ ପରିବହନ ଇତ୍ୟାଦି କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କୁ ମାସିକ ୪୦୦ ଟଙ୍କା ରେଳବାଇ ବେତନ ଆକାରରେ ପ୍ରଦାନ କରୁଥିଲା। ଏହା ସହ କୁଲିମାନେ ଯାତ୍ରୀମାନଙ୍କ ଜିନିଷ ନେବା ଆଣିବା କରି ଦୁଇ ପଇସା ରୋଜଗାର କରି ପରିବାର ଚଳାଉଥିଲେ। କିନ୍ତୁ ଲୋକେ ଦିନକୁ ଦିନ ପରିବହନ ସାମଗ୍ରୀ ଯଥା ଟ୍ରଲି ବ୍ୟାଗ୍‌‌ ବ୍ୟବହାର ସାଙ୍ଗକୁ ଷ୍ଟେସନରେ ଲିଫ୍ଟ, ଏସ୍କାଲେଟର୍‌‌ ଯୋଗୁଁ କୁଲିଙ୍କର ଆବଶ୍ୟକ ପଡ଼ିଲା ନାହିଁ। ସେହିଭଳି ଏବେ ଷ୍ଟେସନଗୁଡ଼ିକରେ ବ୍ୟାଟେରୀଚାଳିତ ଗାଡ଼ିଗୁଡ଼ିକ ଚାଲୁଛି। ଏହି ଗାଡ଼ିଗୁଡ଼ିକରେ ବୟସ୍କ ଓ ଗର୍ଭବତୀ ମହିଳାମାନଙ୍କୁ ନେବା ଆଣିବା ବ୍ୟବସ୍ଥା ରହିଥିବା ସମୟରେ ଏଥିରେ ଯାତ୍ରୀମାନଙ୍କର ଜିନିଷପତ୍ର ନେବା ଆଣିବା ହେଉଛି। ଫଳରେ ଏବେ କୁଲିମାନଙ୍କ ଆବଶ୍ୟକତା କମିଯାଉଛି। ଯେଉର୍ଥିପାଇଁ ଜଣେ କୁଲି ଦିନକୁ ୧୦୦ ଟଙ୍କା ରୋଜଗାର କରିବା କାଠିକର ପାଠ ହୋଇପଡ଼ିଛି। ଅପରପକ୍ଷେ ରେଳବାଇ କର୍ତ୍ତୃପକ୍ଷ କୁଲିଙ୍କ ପାଇଁ ସେଭଳି ବ୍ୟବସ୍ଥା ମଧ୍ୟ କରୁନାହାନ୍ତି।

ବର୍ତ୍ତମାନ ସମୟରେ କୁଲିମାନେ ଷ୍ଟେସନରେ ଛିଡ଼ା ହେବାର ଅଧିକାର ପାଇବା ଛଡ଼ା ଅନ୍ୟ କୌଣସି ସୁବିଧା ପାଇପାରୁ ନାହାନ୍ତି ବୋଲି ପୂର୍ବତଟ ରେଳବାଇ ପୋର୍ଟୋର୍ସ ୟୁନିୟନ ପକ୍ଷରୁ କୁହାଯାଉଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଷ୍ଟେସନଗୁଡ଼ିକରେ କୁଲିମାନଙ୍କ ପାଇଁ ଗୋଟିଏ ବିଶ୍ରାମ ଗୃହ ରହିବା କଥା। କିନ୍ତୁ ସେହି ବ୍ୟବସ୍ଥା ରହିନାହିଁ। ଅପରପକ୍ଷେ ଷ୍ଟେସନଗୁଡ଼ିକରେ କାର୍ଯ୍ୟରତ ଉଚ୍ଚଶିକ୍ଷିତ କୁଲିମାନଙ୍କୁ ରେଳବାଇ ପକ୍ଷରୁ ଷ୍ଟେସନରେ ପୂର୍ବପରି ପାର୍ସଲ ଏବଂ ଜିନିଷ ବୋଝେଇ ଓ ଖଲାସୀ କାର୍ଯ୍ୟ ଦେଲେ ସେମାନଙ୍କର ପରିବାର ପୋଷିପାରନ୍ତେ ବୋଲି ପୂର୍ବତଟ ରେଳବାଇର ପୋଟର୍ସ (କୁଲି) ୟୁନିୟନ୍‌‌ କାର୍ଯ୍ୟକାରୀ ସଭାପତି ସୁର ଜେନା କହିଛନ୍ତି।