ରୋହିତ-ଆଫ୍ରିଦିଙ୍କଠୁ ନେଇ ଆମିର-ବିରାଟ ପର୍ଯ୍ୟନ୍ତ, ଭାରତ-ପାକ୍ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ଭିତରେ ହେବ ଲଢେଇ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ ୯ ତାରିଖରେ ମହା ମୁକାବିଲା ଖେଳାଯିବ। ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵି। ଏହି ମ୍ୟାଚ୍‌ରେ ଦୁଇ ଦଳର ଅନେକ ଖେଳାଳି ମଧ୍ୟରେ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିପାରେ। ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖେଳାଳି ମଧ୍ୟରେ ହେବା କଡ଼ା ଟକ୍କର।ରୋହିତ ଶର୍ମା ବନାମ ଶାହୀନ ଆଫ୍ରିଦିରୋହିତ ଶର୍ମାଙ୍କ ପାଇଁ ଶାହିନ ଆଫ୍ରିଦି ବଡ଼ ଚ୍ୟାଲେଞ୍ଜ ହୋଇ ପାରନ୍ତି। ବିଶେଷ କରି ଆଫ୍ରିଦି ପ୍ରାରମ୍ଭିକ ଓଭରରେ ବ୍ୟାଟରଙ୍କୁ ମୁସ୍କିଲରେ ପକାଇଥାନ୍ତି। ରେକର୍ଡ ଅନୁଯାୟୀ, ଆଫ୍ରିଦିଙ୍କ ବିପକ୍ଷରେ ରୋହିତ ଶର୍ମାଙ୍କ ରେକର୍ଡ ବହୁତ ଖରାପ ରହିଛି। ତେବେ ଗତ ଦିନରେ ଏସିଆ କପ୍ ଓ ବିଶ୍ଵକପ୍ ସମେତ ଅନେକ ଥର ରୋହିତ ଶର୍ମା ଶାହୀନ ଆଫ୍ରିଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ଟି-୨୦ ବିଶ୍ଵକପ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କିଏ ବାଜି ମାରିବ ତାହା  ଦେଖିବା ବାକି ରହିଲା। ବିରାଟ କୋହଲି ବନାମ ମହମ୍ମଦ ଆମିରଭାରତର ତାରକା ଖେଳାଳି ବିରାଟ କୋହଲି ଓ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିରଙ୍କ ମଧ୍ୟରେ ସାମ୍ନାସାମ୍ନି ବହୁତ କମ ଥର ହୋଇଛି। ପ୍ରଥମ ଥର ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍‌ ୨୦୧୬ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ମହମ୍ମଦ ଆମିର ରୋହିତ ଶର୍ମାଙ୍କ ସମେତ ବାକି ବ୍ୟାଟରଙ୍କୁ ଆଉଟ୍ କରିଥିଲ

ରୋହିତ-ଆଫ୍ରିଦିଙ୍କଠୁ ନେଇ ଆମିର-ବିରାଟ ପର୍ଯ୍ୟନ୍ତ, ଭାରତ-ପାକ୍ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ଭିତରେ ହେବ ଲଢେଇ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ ୯ ତାରିଖରେ ମହା ମୁକାବିଲା ଖେଳାଯିବ। ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵି। ଏହି ମ୍ୟାଚ୍‌ରେ ଦୁଇ ଦଳର ଅନେକ ଖେଳାଳି ମଧ୍ୟରେ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିପାରେ। ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖେଳାଳି ମଧ୍ୟରେ ହେବା କଡ଼ା ଟକ୍କର।

ରୋହିତ ଶର୍ମା ବନାମ ଶାହୀନ ଆଫ୍ରିଦି

ରୋହିତ ଶର୍ମାଙ୍କ ପାଇଁ ଶାହିନ ଆଫ୍ରିଦି ବଡ଼ ଚ୍ୟାଲେଞ୍ଜ ହୋଇ ପାରନ୍ତି। ବିଶେଷ କରି ଆଫ୍ରିଦି ପ୍ରାରମ୍ଭିକ ଓଭରରେ ବ୍ୟାଟରଙ୍କୁ ମୁସ୍କିଲରେ ପକାଇଥାନ୍ତି। ରେକର୍ଡ ଅନୁଯାୟୀ, ଆଫ୍ରିଦିଙ୍କ ବିପକ୍ଷରେ ରୋହିତ ଶର୍ମାଙ୍କ ରେକର୍ଡ ବହୁତ ଖରାପ ରହିଛି। ତେବେ ଗତ ଦିନରେ ଏସିଆ କପ୍ ଓ ବିଶ୍ଵକପ୍ ସମେତ ଅନେକ ଥର ରୋହିତ ଶର୍ମା ଶାହୀନ ଆଫ୍ରିଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ଟି-୨୦ ବିଶ୍ଵକପ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କିଏ ବାଜି ମାରିବ ତାହା  ଦେଖିବା ବାକି ରହିଲା। 

ବିରାଟ କୋହଲି ବନାମ ମହମ୍ମଦ ଆମିର

ଭାରତର ତାରକା ଖେଳାଳି ବିରାଟ କୋହଲି ଓ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିରଙ୍କ ମଧ୍ୟରେ ସାମ୍ନାସାମ୍ନି ବହୁତ କମ ଥର ହୋଇଛି। ପ୍ରଥମ ଥର ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍‌ ୨୦୧୬ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ମହମ୍ମଦ ଆମିର ରୋହିତ ଶର୍ମାଙ୍କ ସମେତ ବାକି ବ୍ୟାଟରଙ୍କୁ ଆଉଟ୍ କରିଥିଲେ ମାତ୍ର ବିରାଟ କୋହଲିଙ୍କୁ ଆଉଟ୍ କରି ପାରି ନ ଥିଲେ। ଏହା ବ୍ୟତୀତ ଦିନିକିଆ ବିଶ୍ଵକପ୍ ୨୦୧୯ରେ ବିରାଟ କୋହଲି ମହମ୍ମଦ ଆମିରଙ୍କ ଓଭରରେ  ଖୁବ୍ ରନ କରିଥିଲେ। ଏଥିରେ  କୌଣସି ସନ୍ଦେହ ନାହିଁ ଯେ,ଆମିରଙ୍କ ସୁଇଙ୍ଗ ବଲ୍ ସାମ୍ନାରେ କୋହଲି ସଂଘର୍ଷ କରିଥାନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ମୁକାବିଲା ରୋଚକ  ରହିପାରେ।

ବୁମରା ବନାମ ରିଜଓ୍ଵାନ

ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟର ମହମ୍ମଦ ରିଜଓ୍ଵାନ ଟି-୨୦ ଅନ୍ତର୍ଜାତୀୟରେ ଲଗାତାର ରନ କରି ଆସିଛନ୍ତି। ଟି-୨୦ ବିଶ୍ଵକପ୍ ୨୦୨୧ରେ ଭାରତ ବିପକ୍ଷର ମହମ୍ମଦ ରିଜଓ୍ଵାନ ଦମଦାର ଇନିଂସ ଖେଳିଥିଲେ। ଟି-୨୦ ବିଶ୍ଵକପ୍‌ରେ ମହମ୍ମଦ ରିଜଓ୍ଵାନ ପାକିସ୍ତାନର ସବୁଠୁ ବଡ ଫ୍ୟାକ୍ଟର। ତେବେ ରିଜଓ୍ଵାନଙ୍କ ପାଇଁ ଯଶପ୍ରୀତ ବୁମରା ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇ ପାରନ୍ତି। ରିଜଓ୍ଵାନଙ୍କ ପାଇଁ ବୁମରା ପ୍ରାରମ୍ଭିକ ଓଭରରେ ଘାତକ ସାବ୍ୟସ୍ତ ହୋଇ ପାରନ୍ତି। ତେଣୁ ଏହି ଓ୍ଵିକେଟ୍ କିପର ବ୍ୟାଟରଙ୍କୁ ବୁମରାଙ୍କ ବିପକ୍ଷରେ ସାବଧାନ ରହିବାକୁ ପଡ଼ିବ।

କୁଲଦୀପ ବନାମ ବାବର

ବାବର ଆଜମ ପାକିସ୍ତାନ ପାଇଁ ଲଗାତାର ତିନୋଟି ଫର୍ମାଟ୍‌ରେ ରନ କରି ଆସିଛନ୍ତି। ତେବେ ଏହି ବ୍ୟାଟରଙ୍କ ଷ୍ଟ୍ରାଇକରେଟ୍‌କୁ ନେଇ ଲଗାତାର ପ୍ରଶ୍ନ ଉଠି ଆସିଛି। ହେଲେ ରନ କରିବାରେ ସେ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ତେବେ ଭାରତ ବିପକ୍ଷରେ ବାବରଙ୍କୁ  କୁଲଦୀପ ଯାଦବଙ୍କ ଫିରକିର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଅନେକ ମ୍ୟାଚ୍‌ରେ କୁଲଦୀପ ବାବରଙ୍କ ଶିକାର କରିଥିଲେ।  ଏହା ବ୍ୟତୀତ ରେକର୍ଡ ଦର୍ଶାଉଛି ଯେ, କୁଲଦୀପଙ୍କ ବିରୋଧରେ ବାବର ଆଜମ ଅସହଜ ରହିଥାନ୍ତି।