ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ଦେଖିବାକୁ ମିଳୁଛି। ଲଗାତାର ୨ ମ୍ୟାଚ୍‌ ଜିତି ଗୋଟିଏ ପଟେ ନ୍ୟୁଜିଲାଣ୍ଡ ସିରିଜ ହାତେଇ ଇତିହାସ ରଚିଥିବା ବେଳେ ଦଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇରେ ଉଭୟ […] The post ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି! appeared first on Dharitri Odia News.

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ କରୁଥିଲେ ହେଁ ଟେଷ୍ଟ ଫର୍ମାଟରେ ଖେଳାଳି ଫିକା ପଡ଼ୁଛନ୍ତି। ଯାହାର ସଦ୍ୟ ଉଦାହରଣ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ ଦେଖିବାକୁ ମିଳୁଛି। ଲଗାତାର ୨ ମ୍ୟାଚ୍‌ ଜିତି ଗୋଟିଏ ପଟେ ନ୍ୟୁଜିଲାଣ୍ଡ ସିରିଜ ହାତେଇ ଇତିହାସ ରଚିଥିବା ବେଳେ ଦଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ମୁମ୍ବାଇରେ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟର ୨ ଦିନ ପୂର୍ବରୁ ବଡ଼ ଦାବି କରାଯାଉଛି। ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଉପୁଜିଛି। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିବା ରିପୋର୍ଟରେ କୁହାଯାଉଛି।

ଉଭୟଙ୍କ ମଧ୍ୟରେ ବିବାଦର ଅସଲ କାରଣ ହେଉଛି ଉଭୟ ନିଜ ନିଜ ହିସାବରେ ଦଳକୁ ଚଳାଇବାକୁ ଚାହାନ୍ତି। ଗମ୍ଭୀର କୋଚ୍‌ ହେବା ପରେ ରୋହିତ ଶର୍ମାଙ୍କ ପତିଆରା ଦଳରେ କମିଛି। କାରଣ ଗମ୍ଭୀର ନିଜ ନିଷ୍ପତ୍ତିରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ରେହିତ ମନଇଚ୍ଛା ନିଷ୍ପତ୍ତି ନେଇପାରୁ ନାହାନ୍ତି।

ଅପରପକ୍ଷେ ଟିମ୍‌ଇଣ୍ଡିଆର ପ୍ରଦର୍ଶନକୁ ନେଇ ଆଲୋଚନା ବଢ଼ୁଛି। ବିଶେଷକରି ଦିନିକିଆ ଏବଂ ଟେଷ୍ଟ ଦଳର ପ୍ରଦର୍ଶନ ପ୍ରଶ୍ନ ଘେରରେ ରହିଛି। ଏହି ୨ ଟିମ୍‌ର ଅଧିନାୟକ ରୋହିତ ଅଛନ୍ତି। ଦଳ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସ୍ଥିତି କରିଛି। ଏସବୁରେ ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଗମ୍ଭୀର ଖୁସି ନାହାନ୍ତି। ବରିଷ୍ଠ ଖେଳାଳି ଠିକ୍‌ ପ୍ରଦର୍ଶନ କରନ୍ତୁ ନଚେତ ଦଳରୁ ବାଦ୍‌ ପଡ଼ନ୍ତୁ ବୋଲି ଗମ୍ଭୀର ଚାହାନ୍ତି।

ବିବାଦକୁ ନେଇ କିଛି ବରିଷ୍ଠ ଖେଳାଳି ରୋହିତଙ୍କ ପକ୍ଷରେ ବାହାରିଛନ୍ତି। ଏମିତିରେ ଦଳ ଏବେ ୩ ଭାଗ ହୋଇଛି। ଗୋଟିଏ ଭାଗରେ ରୋହିତଙ୍କ ସହ କିଛି ବରିଷ୍ଠ ଖେଳାଳି ଥିବା ବେଳେ ଦ୍ୱିତୀୟରେ ଗମ୍ଭୀରଙ୍କ ସହ କିଛି ଅଛନ୍ତି। ଏହାଛଡ଼ା ଖୁବ୍‌ କମ୍‌ ବିବାଦରେ ଫସିବାକୁ ଚାହୁଁନାହାନ୍ତି। ଏବେ ଏସବୁ ଦାବି କେତେ ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

The post ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି! appeared first on Dharitri Odia News.