ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨।୮: ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ନୂତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ବହୁତ ଭଲ ଆରମ୍ଭ ହୋଇଛି। ସେମାନଙ୍କର ନୂତନ ଦାୟତ୍ୱେ ସହିତ ଉଭୟ ପ୍ରଥମ ଟ -୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ଏହି ସିରିଜ୍‌କୁ ଭାରତ କ୍ଲିନ୍‌ସୁଇପ୍‌ କରିବାରେ ସଫଳ ହୋଇଛି। ଆଜିଠାରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜରେ […] The post ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ appeared first on Dharitri Odia News.

ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨।୮: ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ନୂତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କର ବହୁତ ଭଲ ଆରମ୍ଭ ହୋଇଛି। ସେମାନଙ୍କର ନୂତନ ଦାୟତ୍ୱେ ସହିତ ଉଭୟ ପ୍ରଥମ ଟ -୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ଏହି ସିରିଜ୍‌କୁ ଭାରତ କ୍ଲିନ୍‌ସୁଇପ୍‌ କରିବାରେ ସଫଳ ହୋଇଛି। ଆଜିଠାରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ସେ ଘରକୁ ଫେରିଛନ୍ତି। ରୋହିତ ଶର୍ମା ଏକଦିବସୀୟ ମ୍ୟାଚ ଅଧିନାୟକ ହେବେ।

ଭାରତର ଟି-୨୦ ସିରିଜ ଜିତିବା ପରେ ବିସିସିଆଇ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ସୁର୍ଯ୍ୟକୁମାର ଯାଦବ କହିଛନ୍ତି – ଦିନିକିଆ ପାଇଁ ଶୁଭେଚ୍ଛା, ମୁଁ ପୁରା ସିରିଜ ଦେଖିବି ଏବଂ ଆପଣଙ୍କ ୱାନ ଲାଇନର୍ସ ପାଇଁ ଅପେକ୍ଷା କରିବି। ମୁଁ ଜାଣେ ଆପଣ ଷ୍ଟମ୍ପ ମାଇକ ପାଖରେ ଠିଆ ହେବେ। ଦଳରେ ଅନେକ ନୂତନ ଖେଳାଳି ଅଛନ୍ତି। ଆଶା କରୁଛି ଆମେ ଆହୁରି ଅନେକ ୱାନ ଲାଇନର୍ସ ଶୁଣିବାକୁ ପାଇବୁ।

The post ରୋହିତ ଶର୍ମାଙ୍କଠାରେ ଅଜବ ଡିମାଣ୍ଡ କଲେ ସୂର୍ଯ୍ୟକୁମାର: ଦେଖନ୍ତୁ ଭିଡିଓ appeared first on Dharitri Odia News.