ଆର୍ଟିଓ ଅଫିସ ଘେରାଉ କଲା ଛାତ୍ର କଂଗ୍ରେସ
ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ଛାତ୍ରୀଛାତ୍ରଙ୍କୁ ସରକାରୀ ବସ୍ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ୫୦% ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉଦିତ ନାରାୟଣ ପ୍ରଧାନଙ୍କ ଡାକରାରେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ (ଗଞ୍ଜାମ) ମାନସ ରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ […] The post ଆର୍ଟିଓ ଅଫିସ ଘେରାଉ କଲା ଛାତ୍ର କଂଗ୍ରେସ appeared first on Dharitri Odia News.
ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ଛାତ୍ରୀଛାତ୍ରଙ୍କୁ ସରକାରୀ ବସ୍ ପରିବହନରେ ମାଗଣା ଏବଂ ଘରୋଇ ପରିବହନରେ ୫୦% ପ୍ରତିଶତ ରିହାତି ଦାବି ନେଇ ଗଞ୍ଜାମ ଜିଲା ଛତ୍ରପୁରଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉଦିତ ନାରାୟଣ ପ୍ରଧାନଙ୍କ ଡାକରାରେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ (ଗଞ୍ଜାମ) ମାନସ ରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ବାଲ୍ମିକୀ ସେଠୀ, ସୁନିଲ ରାଉଳ, ଅସିତ୍ କାନ୍ତ ପାତ୍ର, ମୁନା ଦାସ, ଭବାନୀ ବେହେରା, ଶୁଭମ ଚୌଧୁରୀଙ୍କ ସମେତ ବହୁ ଛାତ୍ର କଂଗ୍ରେସ କର୍ମୀ ଏକାଠି ହୋଇ ଦାବି ଉପସ୍ଥାପନ କରିଥିଲେ।
The post ଆର୍ଟିଓ ଅଫିସ ଘେରାଉ କଲା ଛାତ୍ର କଂଗ୍ରେସ appeared first on Dharitri Odia News.