ରୟାଲ ସାଇନ୍ସ କଲେଜର ସ୍ବାଗତ ଉତ୍ସବ

ଭୁବନେଶ୍ୱର,୨୮।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ରୟାଲ କଲେଜ୍‌ ଅଫ୍‌ ସାଇନ୍ସ୍‌ ଏଣ୍ଡ୍‌ ଟେକ୍ନୋଲୋଜି ବା ରୟାଲ ସାଇନ୍ସ କଲେଜ ପରିସରରେ ନବାଗତ ଦ୍ୱାବିଂଶତମ ବ୍ୟାଚ୍‌ ଓ ରୟାଲ ପବ୍ଲିକ୍‌ ସ୍କୁଲ୍‌ର ୫ମ ବ୍ୟାଚ୍‌ର ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ପ୍ରାଚୀର ପତ୍ର ‘ରିଜନ୍‌ ଦି ଏଟ୍ରା’ର ସ୍ବାଗତ ଉତ୍ସବ ସଂଖ୍ୟା ମୁଖ୍ୟ ଅତିଥି ତଥା କଲେଜର ଚେୟାରମ୍ୟାନ ଡ. ବିଷ୍ଣୁମୋହନ […] The post ରୟାଲ ସାଇନ୍ସ କଲେଜର ସ୍ବାଗତ ଉତ୍ସବ appeared first on Dharitri Odia News.

ରୟାଲ ସାଇନ୍ସ କଲେଜର ସ୍ବାଗତ ଉତ୍ସବ

ଭୁବନେଶ୍ୱର,୨୮।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ରୟାଲ କଲେଜ୍‌ ଅଫ୍‌ ସାଇନ୍ସ୍‌ ଏଣ୍ଡ୍‌ ଟେକ୍ନୋଲୋଜି ବା ରୟାଲ ସାଇନ୍ସ କଲେଜ ପରିସରରେ ନବାଗତ ଦ୍ୱାବିଂଶତମ ବ୍ୟାଚ୍‌ ଓ ରୟାଲ ପବ୍ଲିକ୍‌ ସ୍କୁଲ୍‌ର ୫ମ ବ୍ୟାଚ୍‌ର ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇବା ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ପ୍ରାଚୀର ପତ୍ର ‘ରିଜନ୍‌ ଦି ଏଟ୍ରା’ର ସ୍ବାଗତ ଉତ୍ସବ ସଂଖ୍ୟା ମୁଖ୍ୟ ଅତିଥି ତଥା କଲେଜର ଚେୟାରମ୍ୟାନ ଡ. ବିଷ୍ଣୁମୋହନ ମହାନ୍ତି ଉନ୍ମୋଚନ କରିବା ସହିତ ଛାତ୍ରୀଛାତ୍ରମାନଙ୍କୁ କଠୋର ପରିଶ୍ରମ ଦ୍ୱାରା ନିଜସ୍ବ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଜଣେ ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ।

ପ୍ରଥମ ବର୍ଷ ବିଦ୍ୟାର୍ଥୀମାନେ ସ୍ବପରିଚୟ ପ୍ରଦାନ କରି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। କଲେଜର ଭାଇସ୍‌-ଚେୟାରମ୍ୟାନ ମିଲନ୍‌ ମହାନ୍ତି ନବାଗତ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚାଭିଳାଷି ହେବା ସଙ୍ଗେ ସଙ୍ଗେ ନିଷ୍ଠାପର ଭାବରେ ଅଧ୍ୟୟନ କରି ଅନୁଷ୍ଠାନ ତଥା ସମାଜକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। କଲେଜର ନିର୍ଦ୍ଦେଶକ ଡ. ପ୍ରଶାନ୍ତ ନାଥ, ଅଧ୍ୟକ୍ଷ ଜୀବନ କିଶୋର ମିଶ୍ର, ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅପରାହ୍ନରେ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସ୍ବାଗତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରୀଛାତ୍ରମାନଙ୍କର ଅଭିଭାବକମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଇଂଲିଶ ଅଧ୍ୟାପକ ସମ୍ବିତ ମିଶ୍ରଙ୍କ ସହଯୋଗରେ ଦ୍ୱିତୀୟ ବର୍ଷ ଛାତ୍ରୀ ଶୁଭସ୍ମିତା ବାରିକ୍‌ ପରିଚାଳନା କରିଥିଲାବେଳେ ଶୈଳଜା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

The post ରୟାଲ ସାଇନ୍ସ କଲେଜର ସ୍ବାଗତ ଉତ୍ସବ appeared first on Dharitri Odia News.