ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି
ଆଳି, ୨୭ା୯(ବନମାଳୀ ସେନାପତି ): ଲଘୁଚାପ ପ୍ରଭାବରୁ ଆଳି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଆଳି ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ୩ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଖାଲୁଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଲଗାଣ ବର୍ଷା ଯୋଗୁ ଆଳିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ […] The post ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି appeared first on Dharitri Odia News.
ଆଳି, ୨୭ା୯(ବନମାଳୀ ସେନାପତି ): ଲଘୁଚାପ ପ୍ରଭାବରୁ ଆଳି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ଆଳି ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ୩ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଖାଲୁଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଲଗାଣ ବର୍ଷା ଯୋଗୁ ଆଳିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିର ସମ୍ମୁଖରୁ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଆଣ୍ଠୁଏ ବର୍ଷାଜଳ ଜମି ରହିଛି। ଠାକୁର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ପାଣିରେ ପଶି ଯାଉଥିବାବେଳେ ନିକଟରେ ଥିବା ୟୁକୋ ବ୍ୟାଙ୍କକୁ ମଧ୍ୟ ବର୍ଷା ପାଣି ଯୋଗୁ ଗ୍ରାହକମାନେ ଆସୁନାହାନ୍ତି। ଅତି ଜରୁରୀ କାର୍ଯ୍ୟ ଥିବା ଗ୍ରାହକମାନେ ପାଣି ଭିତରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଆଳି ଅନ୍ନପୂର୍ଣ୍ଣା ପଡ଼ିଆ ମଧ୍ୟରେ ଥିବା ଖାଲଖମାରେ ବର୍ଷା ପାଣି ଜମି ରହି ସାଧାରଣ ଯାତ୍ରୀଙ୍କ ଯାତାୟାତରେ ବାଧକ ସାଜିଛି। ସେହିପରି ରାଜବାଟି ରୋଡ଼ରେ ମଧ୍ୟ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ମେଣ୍ଢପୁର ପଞ୍ଚାୟତର ୯ ନଂ. ୱାର୍ଡର ଆଜାଦନଗରଠାରେ ମଧ୍ୟ ବର୍ଷା ପାଣି ଜମି ରହିଛି। ୱାର୍ଡରେ ବସବାସ କରୁଥିବା ଲୋକମାନଙ୍କ ସହ ସ୍କୁଲ ଛାତ୍ରୀଛାତ୍ର ମଧ୍ୟ ପାଣିରେ ପଶି ସ୍କୁଲ ଟିଉସନ ଯାଉଛନ୍ତି। ସେହିପରି କଟକ-ଚାନ୍ଦବାଲି ରାସ୍ତାରୁ ନିଆଳ ଗ୍ରାମ ମଧ୍ୟକୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ଲେଖା ପାଣି ଜମି ରହୁଥିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନ ଥିବାରୁ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।
The post ଲଗାଣ ବର୍ଷା: ଆଳିର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି appeared first on Dharitri Odia News.